ନୂଆଦିଲ୍ଲୀ, ୨୭।୭: ଘରର ଛାତ କିମ୍ବା ବାଲକୋନିରେ ବଗିଚା କରିବା ସଉକ ଅନେକଙ୍କର ଥାଏ । ଲୋକେ ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି, କିନ୍ତୁ ଫଳ କଥା ଆସିଲେ ଅନେକ ଭାବନ୍ତି ଯେ ଏଥିପାଇଁ ବଡ଼ ବଗିଚାର ଆବଶ୍ୟକ । କିନ୍ତୁ ଆପଣ ନିଜ ଘରର ଛାତରେ ଥିବା ଏକ ପାତ୍ର ବି ପିଜୁଳି ଗଛ ଲଗାଇପାରିବେ । ଆସନ୍ତୁ ଜାଣିବା କୁଣ୍ଡରେ ପିଜୁଳି ଗଛ ଲଗାଇବାର ସଠିକ୍ ଏବଂ ସହଜ ଉପାୟ ।
୧. ମଞ୍ଜି ନୁହେଁ, ବରଂ 'ଗ୍ରାଫ୍ଟେଡ୍' ଗଛ ବାଛନ୍ତୁ
ଯଦି ଆପଣ ମଞ୍ଜିରୁ ଗଛ ହେବାକୁ ଚାହୁଛନ୍ତି, ତେବେ ଫଳ ଆସିବା ପାଇଁ ୩ ରୁ ୫ ବର୍ଷ ସମୟ ଲାଗିପାରେ ଏବଂ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ଯେ ଫଳ ଭଲ ଏବଂ ମିଠା ହେବ । ସବୁବେଳେ ନର୍ସରୀରୁ ଏକ ଗ୍ରାଫ୍ଟେଡ୍ ଗଛ କିଣନ୍ତୁ । କୁଣ୍ଡରେ ଗଛ ଲଗାଇଲେ ଏଥିପାଇଁ 'ତାଇୱାନ ପିଙ୍କ୍ ଗ୍ୱାଭା' କିମ୍ବା 'VNR ପିଜୁଳି' କିସମ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଏଗୁଡ଼ିକରେ ଅଳ୍ପ ସମୟ ମଧ୍ୟରେ ଫଳ ଧରିବା ଆରମ୍ଭ ହୋଇଯାଏ ।
୨. ସଠିକ୍ କୁଣ୍ଡ ଏବଂ ମାଟିର ଚୟନ
ପିଜୁଳି ଗଛ ବେଶ୍ ବଡ଼ ହୋଇଥାଏ, ତେଣୁ ଏହାକୁ କେବେ ବି ଛୋଟ କୁଣ୍ଡରେ ଲଗାନ୍ତୁ ନାହିଁ । ପ୍ରାରମ୍ଭିକ ଅବସ୍ଥାରେ ଗଛକୁ ୧୮ ରୁ ୨୪ ଇଞ୍ଚର ବଡ଼ କୁଣ୍ଡ ବା ପ୍ଲାଷ୍ଟିକ୍ ଗ୍ରୋ ବ୍ୟାଗରେ ଲଗାନ୍ତୁ । କୁଣ୍ଡ ତଳେ ୨-୩ଟି ଛୋଟ କଣା ରଖନ୍ତୁ ଯେପରି ଅତିରିକ୍ତ ପାଣି ବାହାରିଯିବ ଏବଂ ଚେର ପଚିବ ନାହିଁ । ଏଥିପାଇଁ କେଉଁ ମାଟି ବ୍ୟବହାର କରିବେ ଜାଣନ୍ତୁ । ୪୦% ସାଧାରଣ ବଗିଚା ମାଟି, ୩୦% ଭର୍ମିକମ୍ପୋଷ୍ଟ କିମ୍ବା ପୁରୁଣା ଗୋବର ଖତ, ଆର୍ଦ୍ରତା ବଜାୟ ରଖିବା ପାଇଁ ୨୦% କୋକୋପିଟ୍, ୧୦% ବାଲି । ଏହି ମିଶ୍ରଣରେ ଦୁଇ ଚାମଚ ନିମ୍ବ ଖଳ ଏବଂ ଗୋଟିଏ ଚାମଚ ଫଙ୍ଗିସାଇଡ୍ ପାଉଡର ମିଶାନ୍ତୁ, ଯାହାଦ୍ୱାରା ଚେରରେ ପୋକ ଲାଗିବ ନାହିଁ ।
ଏହା ବି ପଢ଼ନ୍ତୁ... Rising weight in children : ଛୋଟ ପିଲାଙ୍କ ବଢୁଥିବା ଓଜନ ହୋଇପାରେ ଘାତକ , ଆପଣାନ୍ତୁ ଏହି ସ୍ବାସ୍ଥ୍ୟକର ଟିପ୍ସ ..
୩. ଖରା ଏବଂ ପାଣି
ପିଜୁଳି ଗଛକୁ ଫଳ ଦେବା ପାଇଁ ଦିନକୁ ୬ ରୁ ୮ ଘଣ୍ଟା ସିଧାସଳଖ ଖରା ଆବଶ୍ୟକ ହୋଇଥାଏ । ତେଣୁ ଏହାକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠାରେ ପ୍ରଚୁର ଖରା ପଡ଼ୁଥିବ । କୁଣ୍ଡର ଉପର ମାଟି ଶୁଖିଲା ଦେଖାଗଲେ ପାଣି ଦିଅନ୍ତୁ । କୁଣ୍ଡରେ ସବୁବେଳେ ପାଣି ଜମାଇ ରଖନ୍ତୁ ନାହିଁ, ନଚେତ୍ ଫୁଲ ଝଡ଼ିବାକୁ ଲାଗିବ ।
୪. ସାର ଏବଂ ପୋଷଣ
କୁଣ୍ଡରେ ମାଟି ସୀମିତ ଥିବାରୁ ଗଛକୁ ନିୟମିତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ପ୍ରତି ୩୦ ଦିନରେ କୁଣ୍ଡର ମାଟିକୁ ହାଲକା ଖୋଳି ଦିଅନ୍ତୁ ଏବଂ ସେଥିରେ ଦୁଇ ମୁଠା ଭର୍ମିକମ୍ପୋଷ୍ଟ କିମ୍ବା ଗୋବର ଖତ ପକାନ୍ତୁ । ଫଳ ଆସିବା ସମୟରେ ଏଥିରେ ଅଳ୍ପ ପରିମାଣରେ ବୋନ୍ ମିଲ୍ କିମ୍ବା ସୋରିଷ ଖଳା ପାଣି ଦେଇପାରିବେ । ଏହା ଦ୍ୱାରା ଫଳର ଆକାର ବଡ଼ ହେବ ଏବଂ ସ୍ୱାଦରେ ଅଧିକ ମିଠା ହେବ ।