ଭୁବନେଶ୍ୱର ୨୭/୦୭: ପିଲାର ମନ ପାଠପଢ଼ାରେ ଲାଗୁ ନାହିଁ କି? ପାଠପଢ଼ା ଟେବୁଲ୍ରେ ନବସିବା ପାଇଁ ବହୁତପ୍ରକାର ବାହନା କାଢ଼ୁଛି? ବିଦ୍ୟାଳୟରେ ଦିଆଯାଉଥିବା ‘ଘର ପାଠ’ ସମ୍ପୂର୍ଣ୍ଣ କରୁନାହିଁ କି? ଏସବୁ ସମସ୍ୟା ନେଇ ଚିନ୍ତିତ ନହୋଇ କେତୋଟି ବାସ୍ତୁ ଉପାୟ ଆପଣାନ୍ତୁ । ସୁପ୍ରଭାବ ନିଶ୍ଚୟ ପଡ଼ିବ ।
ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାର ପାଠପଢ଼ା କୋଠରିରେ କିଛି ପରିବର୍ତ୍ତନ ଆଣିଲେ ପିଲାର ମନ ପାଠରେ ଲାଗିବ । ଏହା କ’ଣ କ’ଣ ଜାଣନ୍ତୁ ।
ଆଣନ୍ତୁ ମୟୁରଚନ୍ଦ୍ରିକା : ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାଙ୍କ ପଢ଼ାଘରେ ମୟୁରଚନ୍ଦ୍ରିକା ରଖିଲେ ଲାଭଦାୟକ । ମୟୁର ପୁଚ୍ଛ ଘରର ନକାରାତ୍ମକ ଉର୍ଜା ନଷ୍ଟ କରିବା ସହିତ ପିଲାର ମନ ପାଠରେ ଲାଗିବା ଆରମ୍ଭ ହେବ ।
ରଖନ୍ତୁ ପିରାମୀଡ୍ : କାଠ କିମ୍ବା ସ୍ପଟିକ ତିଆରି ଛୋଟ ପିରାମୀଡ୍ ପାଠପଢ଼ା ଘରେ ବା ଟେବୁଲ୍ରେ ରଖାଯାଇପାରେ । ପିରାମିଡ୍ ଘରର ଉର୍ଜା ସନ୍ତୁଳନ କରିବାରେ ସହାୟକ ହୁଏ । ଯଦ୍ୱାରା ପିଲାର ମନ ଏକାଗ୍ର ହେବାରେ ସହାୟକ ହୋଇଥାଏ ।
ଲଗାନ୍ତୁ ସରସ୍ୱତୀଙ୍କ ଫଟୋ : ପିଲାର ପଢ଼ା ଟେବୁଲ୍ର ସମ୍ମୁଖରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କର ଏକ ଛୋଟ ଫଟୋ ଲଗାଯାଇପାରେ । ଏହି ଫଟୋଚିତ୍ର ଉତ୍ତର ପୂର୍ବ ଦିଗରେ ରହିଲେ ଭଲ । ବାସ୍ତୁର ମାନ୍ୟତା ଯେ ଏହା ଦ୍ୱାରା ପିଲାର ମନ ପଢ଼ାରେ ଲାଗିବା ସହଜ ହେବ ।
ଆହୁରି ପଢ଼ନ୍ତୁ...Rising weight in children : ଛୋଟ ପିଲାଙ୍କ ବଢୁଥିବା ଓଜନ ହୋଇପାରେ ଘାତକ , ଆପଣାନ୍ତୁ ଏହି ସ୍ବାସ୍ଥ୍ୟକର ଟିପ୍ସ ..
ସ୍ଥାନିତ କରନ୍ତୁ ସବୁଜ ଗଛ : ପିଲାଙ୍କ ପଢ଼ା କୋଠରିରେ ସବୁଜ ଗଛ ଯେପରି ମନି ପ୍ଲାଣ୍ଟ ବା ଲକି ବାମ୍ବୁ ରଖିପାରିବେ । ଏପରି କଲେ କୋଠରି ବାତାବରଣରେ ସତେଜତା ଆସିବା ସହିତ ପାଠପଢ଼ାର ମାହୋଲ ସୃଷ୍ଟି ହୋଇପାରିବ ।
କେଉଁ ଦିଗକୁ ମୁହଁ କରି ପିଲା ପଢ଼ିବ ? ପିଲା ପାଠ ପଢ଼ିବା ସମୟରେ ଯେପରି ପୂର୍ବ କିମ୍ବା ଉତ୍ତରଦିଗ ମୁହାଁ ହୋଇ ବସିବ ସେଥିପ୍ରତି ମଧ୍ୟ ଯତ୍ନବାନ୍ ହେବା ଜରୁରି । ଏହାବ୍ୟତୀତ ପଢ଼ା ଟେବୁଲ୍ ସଫାସୁତୁରା ରଖିବା ସହିତ ପଢ଼ା ଘର କାନ୍ଥରେ ହାଲ୍କା ସବୁଜ, ହାଲ୍କା ହଳଦିଆ ରଙ୍ଗ ଦିଆଯିବା ଭଲ । ଏସବୁ ପିଲାର ମନକୁ ଏକାଗ୍ର ରଖିବାରେ ସହାୟକ ହୋଇଥାଏ ।