ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାର ୭୩୫ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ପାର୍

ଭୁବନେଶ୍ୱର ୦୧/୦୬: ମେ ମାସ ସରିଛି । କରୋନାର ସଂକ୍ରମଣ ଆଉ ମୃତ୍ୟୁରେ କିନ୍ତୁ ଅଲୋଡ଼ା ଛାପ ଛାଡ଼ି ଯାଇଛି । ବର୍ଷକ ଭିତରେ ଯେତିକି ରୋଗୀ ଚିହ୍ନଟ ହୋଇନଥିଲେ ମାସକରେ ତା ଠୁ ବେଶି ସଂକ୍ରମିତ ହୋଇଛନ୍ତି । ମାସକରେ ୩ ଲକ୍ଷ ୨୦ ହଜାର ୮୦୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୭୧୧ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଆଜି ପର୍ଯ୍ୟନ୍ତ ଗୋଟିଏ ମାସର ହିସାବରେ ସର୍ବାଧିକ । ଲଗାତାର ୪ ଦିନ ହେଲା ପଜିଟିଭ୍‌ ହାର ୧୪% ଉପରେ ରହୁଥିଲା । ସଂକ୍ରମଣ ହାର କମିବା ସାଧାରଣରେ କିଛିଟା ଆଶ୍ୱସ୍ତି ଆଣିଛି । ଜିଲ୍ଲାସ୍ତରରେ ମଧ୍ୟ ପଜିଟିଭ୍‌ ହାର କମିବାରେ ଲାଗିଛି । କିନ୍ତୁ ଜୁନ୍‌ର ପ୍ରଥମ ଦିନରେ ୮୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୮୭୩୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ପଜିଟିଭ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୪୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

wp:html /wp:html

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୧୨୨୨ ଜଣ, କଟକରୁ ୬୭୩ ଜଣ,ବାଲେଶ୍ବରରୁ ୫୬୬ ଜଣ, ଯାଜପୁରରୁ ୫୦୭ ଜଣ, ଢ଼େଙ୍କାନାଳରୁ ୫୦୩ ଜଣ,ପୁରୀରୁ ୪୬୭ ଜଣ,ଅନୁଗୁଳରୁ ୪୫୬ ଜଣ, କେନ୍ଦ୍ରାପଡ଼ାରୁ ୩୮୭ ଜଣ,ଜଗତସିଂହପୁରରୁ ୩୮୨ ଜଣ, ମୟୂରଭଞ୍ଜରୁ ୩୪୨ ଜଣ, ନୟାଗଡ଼ରୁ ୨୮୫ ଜଣ, ନବରଙ୍ଗପୁରରୁ ୨୬୪ ଜଣ,କୋରାପୁଟରୁ ୨୫୫ ଜଣ, ସୁନ୍ଦରଗଡ଼ରୁ ୨୪୪ ଜଣ,ବରଗଡ଼ରୁ ୧୯୩ ଜଣ, କେନ୍ଦୁଝରରୁ ୧୭୯ ଜଣ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ୧୭୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୫୭ ଜଣ, ଗଞ୍ଜାମ ଓ ସୋନପୁର ଜିଳ୍ଲାରୁ ୧୫୬ ଜଣ ଲେଖାଏଁ, ଭଦ୍ରକରୁ ୧୪୭ ଜଣ, ବୌଦ୍ଧରୁ ୧୩୭ ଜଣ, ମାଲକାନଗିରିରୁ ୯୬ ଜଣ,ଗଜପତିରୁ ୮୦ ଜଣ, କନ୍ଧମାଳରୁ ୬୫ ଜଣ,ଦେବଗଡ଼ରୁ ୬୩ ଜଣ,ବଲାଙ୍ଗୀରରୁ ୪୯ ଜଣ, ନୂଆପଡ଼ାରୁ ୪୦ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୭୩ ହଜାର ୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୯ ହଜାର ୯୫୬ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬ ଲକ୍ଷ ୮୦ ହଜାର ୯୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୭୫୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୮୩୫୩୬୫ସାମ୍ପୁଲ ଟେଷ୍ଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.