ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଗୃହ ମନ୍ତ୍ରଣାଳୟ ସେହି ନାଁ ଗୁଡ଼ିକର ଘୋଷଣା କରିଛି, ଯାହାଙ୍କୁ ଚଳିତ ଥର ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପର୍ଯ୍ୟାୟରେ ପଦ୍ମ ବିଭୂଷଣ ପାଇଁ ୫ ଟି ନାମ , ୧୩ଟି ନାମ ପଦ୍ମ ଭୂଷଣ ଓ ୧୧୩ ଟି ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଅଛି। ପଦ୍ମଶ୍ରୀ ସମ୍ମାନରେ ଅନେକ ଏମିତି ନାମ ଅଛି, ଯିଏକି ଅଜଣା ହିରୋ ଭାବେ ଦେଶର ସେବା କରି ଚାଲିଛନ୍ତି। ଏଥିରେ ଗୋଟିଏ ନାଁ ଆସେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଇନ୍ଦ୍ରଜିତ୍ ସିଂହ ସିଦ୍ଧୁଙ୍କର। ଅବସର ପରେ ସେ ସମାଜ ସେବାରେ ବ୍ରତୀ ହୋଇଛନ୍ତି। ସକାଳ ହେବା କ୍ଷଣି ସେ ହାତରେ ଝାଡ଼ୁ ଧରି ଘରୁ ବାହାରି ଯାଆନ୍ତି। ଆଖପାଖର ସ୍ଥାନକୁ ସଫେଇ କରିବା ଆରମ୍ଭ କରି ଦିଅନ୍ତି।ଯେଉଁଠି ସେ ଅଳିଆ ଆବର୍ଜନା ଦେଖନ୍ତି , ସେସବୁକୁ ନିଜ ଠେଲା ଗାଡ଼ିରେ ଭର୍ତ୍ତି କରନ୍ତି ଏବଂ ସୂର୍ଯ୍ୟ ଉଦୟ ହେବା ସହ ସେ ନିଜର କାମ ଶେଷ କରି ଘରେ ପହଞ୍ଚି ଯାଆନ୍ତି।

ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ରରେ କରାଯିବ ସମ୍ମାନିତ , ସ୍ପେସ୍ ଷ୍ଟେସନକୁ ଯାଇ ରଚିଥିଲେ ଇତିହାସ

୮୮ ବର୍ଷ ବୟସରେ ବି କମିନି ନିଷ୍ଠା –

୮୮ ବର୍ଷିୟ ଇନ୍ଦ୍ରଜିତ୍‌ ସିଂହ ସିଦ୍ଧୁଙ୍କ ନାମ ସେହି ୪୫ ଅଜଣା ହିରୋଙ୍କ ମଧ୍ୟରେ ରହିଛି,ଯାହାଙ୍କୁ ଏହି ଥର ପଦ୍ମ ସମ୍ମାନ ଦିଆଯାଉଛି। ସେ ପଞ୍ଜାବ ପୁଲିସର ସେବାରୁ ୧୯୯୬ରେ ହିଁ ଅବସର ନେଇଥିଲେ। ତିନ ଦଶନ୍ଧି ପରେ ମଧ୍ୟ ତାଙ୍କର ସେବାର ଭାବନା କମି ନାହିଁଷ ଚଣ୍ଡିଗଡ଼ର ସେକ୍ଟର ୪୯ ରେ ତାଙ୍କର ଘର ଅଛି। ସେ ସକାଳ ୬ଟା ସମୟରେ ଉଠି ଯା’ନ୍ତି ଏବଂ ନିଜ କାମରେ ଲାଗି ଯା’ନ୍ତି।

ସେ ଆଇଏଏସ-ଆଇପିଏସ୍‌ ଅଫିସର କୋଅପରେଟିଭ୍‌ ସୋସାଇଟ୍‌ରେ ରୁହନ୍ତି। ଆଖପାଖର ଦୁର୍ଗନ୍ଧକୁ ନେଇ ସେ ଅନେକ ଥର ସ୍ଥାନୀୟ ନାଗରିକ ପ୍ରଶାସନରେ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ଏହାପରେ ସେ ନିଜେ ଆଖପାଖର ସଫେଇ କାମ ନିଜ ହାତକୁ ନେଇଥିଲେ। ତାଙ୍କର କହିବାନୁସାରେ , ସଫା ସୁତୁରା କରିବା କୌଣସି ଲଜ୍ଜାଜନକ କଥା ନୁହେଁ। ସ୍ୱଚ୍ଛତା ପରେ ହିଁ ଦେବତ୍ୱର ଆରମ୍ଭ ହୁଏ।

ଏଠାରେ ପଢନ୍ତୁ ପଦ୍ମ ସମ୍ମାନର ପୂରା ତାଲିକା 

ଆରମ୍ଭରେ ଅନେକ କଥା ଶୁଣିବାକୁ ପଡ଼ିଥିଲା –

 ୧୯୬୪ ବ୍ୟାଚ୍‌ର ରିଟାୟର୍ଡ ଆଇପିଏସ୍‌ ଅଧିକାରୀ ଯେବେ ଆରମ୍ଭରେ ତାଙ୍କର ସ୍ୱଚ୍ଛତା ଅଭିଯାନ ଚଲାଇଲେ ତ , ସେ ଏକ ପୁରୁଣା ରିକ୍ସା ଓ ବ୍ୟାଗ୍‌ ନେଇ ଯାଉ ଥିଲେ। ପ୍ରଥମେ ଅନେକ ଲୋକ ତାଙ୍କୁ ଥଟ୍ଟା ମଜା କରୁଥିଲେ , କିନ୍ତୁ ଏବେ ପରିବାର ଓ ଆଖପାଖର ଲୋକ ମଧ୍ୟ ତାଙ୍କ ସହ ସାମିଲ ହୋଇଛନ୍ତି। ସିଦ୍ଧୁଙ୍କ କହିବା ହେଲା ଯେ, ଚଣ୍ଡିଗଡ଼ ସହରକୁ ମଧ୍ୟ ସ୍ୱଚ୍ଛ ଭାରତ ସର୍ବେକ୍ଷଣରେ ଟପ୍‌ରେ ଆସିବା ଉଚିତ୍‌ । ଏଠାକୁ ବହୁତ ବିଦେଶୀ ମଧ୍ୟ ବୁଲିବାକୁ ଆସନ୍ତି।