PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ଫ୍ରିଡମ୍ ଡେ’ ପରେଡରେ ଗୁଳିକାଣ୍ଡ, ୯ ମୃତ, ୫୭ ଆହତ

pic- internet

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ।  ସ୍ୱାଧୀନତା ଦିବସରେ ଇଲିନଓ ରାଜ୍ୟର ସିକାଗୋର ହାଇଲ୍ୟାଣ୍ଡ ପାର୍କରେ ଆୟୋଜିତ ସମାରୋହରେ ଏହି ଗୁଣିକାଣ୍ଡ ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏନେଇ ଲେକ୍ କାଉଣ୍ଟୀ ସେରିଫ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ କହିଛି।

ଦୁଇ ଜଣ ବ୍ୟକ୍ତି ଆଖିବୁଜା ଗୁଳି ମାଡ କରିଥିବା ନେଇ ପୁଲିସ ସୂଚନା ଦିଆଯାଇଛି। ତେବେ ସ୍ୱାଧୀନତା ଦିବସରେ ହୋଇଥିବା ପରେଡ୍ ଫାଇରିଂ ଯୋଗୁ ୧୦ ମିନିଟ ବିଳମ୍ୱରରେ ହୋଇଛି। ହାଇଲ୍ୟାଣ୍ଡ ପାର୍କରେ ଆୟୋଜନ ପରେଡ୍ ଉପରେ ଗୁଳି ମାଡ ହୋଇଥିଲା। ଶୁଟରମାନେ ଏକ ଦୋକାନ ଉପରେ ରହି ସେଠାରୁ ଗୁଳି ଚଳାଇଥିଲେ। ଗତ ବର୍ଷ ମଧ୍ୟ ଫ୍ରିଡମ ପରେଡରେ ଗୁଳିମାଡ ଘଟଣା ଘଟିଥିଲା। ଏଥିରେ ୧୯ ଜଣଙ୍କ ଜୀବନ ଯାଇଥିଲା।

ସୂଚନା ଥାଉକି, ଜୁଲାଇ ୪ରେ ଆମେରିକା ସ୍ୱାଧୀନତା ଦିବସ ପାଳନ କରିଥାଏ। ଚଳିତ ଥର ଆମେରିକା ୨୪୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।