PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

୩ କଲଗାର୍ଲଙ୍କୁ ୯ ହଜାର ଟଙ୍କାରେ ବୁକ୍ କଲେ,ଏହାପରେ ଫାର୍ମ ହାଉସକୁ ନେଇ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ,୨୦।୬: ଉତ୍ତରପ୍ରଦେଶର ନୋଏଡାରେ ଥିବା ଏକ ଫାର୍ମ ହାଉସରେ ୩ ଜଣ କଲଗାର୍ଲଙ୍କୁ ଗ୍ୟାଙ୍ଗରେପ୍ କରାଯାଇଥିବାର ମାମଲା ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଛି ବାକି ୨ ଜଣ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ପୋଲିସ ଏହି ଫାର୍ମ ହାଉସକୁ ସିଲ୍ କରିବା ସହ ଫେରାର ଅଭିଯୁକ୍ତଙ୍କୁ ତଲାସୀ ଆରମ୍ଭ କରିଦେଇଛି।ଏ ସମ୍ପର୍କରେ ଗୌତମ ବୁଦ୍ଧ ନଗରର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ସମସ୍ତ କଲଗାର୍ଲ ଦିଲ୍ଲୀର। ସେମାନଙ୍କ ଭିତରୁ ଜଣେ ଥାନାରେ ମାମଲା ରୁଜୁ କରିଥିଲେ। ରିପୋର୍ଟରେ ପୀଡିତା ଜଣକ କହିଛନ୍ତି, ସେ ନିଜର ସାଥୀ କଲଗାର୍ଲଙ୍କ ସହିତ ଗତ ରାତି ପ୍ରାୟ ୧୧ଟା ୩୦ମିନିଟରେ ଲାାଜପତ ନଗର ମେଟ୍ରୋ ଷ୍ଯେସନ ପାଖରେ ଗ୍ରାହକଙ୍କ ସନ୍ଧାନରେ ଠିଆ ହୋଇଥିଲେ।

ଏହି ସମୟରେ ଏକ ଧଳା ରଙ୍ଗର କାର ଆସିକି ରହିଥିଲା। କାର ଭିତରେ ୨ ଜଣ ଲୋକ ରହିଥିଲେ। ସେମାନେ କଲ୍ ଗାର୍ଲଙ୍କୁ ପ୍ରତି ବ୍ୟକ୍ତି ପିଛା ୩ ହଜାର ଟଙ୍କାର ହିସାବ ଦେଇ ୯୦୦୦ ଟଙ୍କାରେ ଗୋଟେ ରାତି ପାଇଁ ବୁକ୍ କରିଥିଲେ। ଏହାପରେ କାରରେ ବସି ତାଙ୍କୁ ଦିଲ୍ଲୀରୁ ନୋଏଡା ଅଣାଯାଇଥିଲା। ତେବେ ଯେତେବେଳେ ଏହି କଲଗାର୍ଲମାନେ ଆପତ୍ତି ପ୍ରକାଶ କରିଥିଲେ ଅଭିଯୁକ୍ତମାନେ କହିଥିଲେ ତାଙ୍କ ଘର କିଛି ବାଟ ଦୂରରେ ରହିଛି। ଏହାପରେ ସେମାନେ ଏକ୍ସପ୍ରେସଓ୍ବେ ଅଞ୍ଚଳ ଛପରୋଲି ଗାଁରେ ଥିବା ଏଚପିଏସ୍ ଫାର୍ମ ହାଉସକୁ ଆଣିଥିଲେ।

ତେବେ ଫାର୍ମ ହାଉସ ଭିତରେ ସେମାନେ ଦେଖିଥିଲେ ୩ ନୁହେଁ ୯ ଜଣ ଲୋକ ଅଛନ୍ତି। ଫଳରେ କଲଗାର୍ଲମାନେ ଶାରିରୀକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ଏହା ଶୁଣି ଅଭିଯୁକ୍ତମାନେ ତାଙ୍କୁ ମାରପିଟ୍ କରିବା ସହ ଗଣଦୁଷ୍କର୍ମ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଖିଳେଶ ଯାଦବ, ଲଭଲେଶ ଯାଦବ, ଭୋଲା ଯାଦବ, ଅଞ୍ଜନ ଯାଦବ, ରାଜେଶ ଯାଦବ, ସତୀଶ ପଲ, ରାଜକୁମାର ମୋର୍ଯ୍ୟାଙ୍କୁ ଗିରଫ କରିଛି। ସେଭଳି ମୁଲାୟମ ସିଂ ଯାଦବ ଓ ପଙ୍କଜ ଯାଦବ ଓରଫ ବାଉନ୍ସର ଏବେ ମଧ୍ୟ ଫେରାର ଅଛି।

ସମ୍ବନ୍ଧିତ ଖବର