PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ୯ଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି ୧୩/୧ : ଦାରିଙ୍ଗବାଡି ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ ବିଦ୍ୟାଳୟର ୯ଜଣ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ୫ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବାବେଳେ ୪ଜଣଙ୍କୁ ନିଲମ୍ବିତ କରାଯାଇଛି | ଚିକିରିରୁ ବହିଷ୍କାର ହୋଇଥିବା ୫ଜଣଙ୍କ ମଧ୍ୟରେ ୨ଜଣ ମେଟ୍ରନ, ଜଣେ ଏଏନଏମ ଏବଂ ଦୁଇଜଣ ଆଟେଣ୍ଡଣ୍ଟ କମ କ୍ଲାର୍କ ରହିଛନ୍ତି | ସେହିଭଳି ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି | ସେହିଭଳି ୩ଜଣ ମହିଳା ସୁପରିଟେଣ୍ଡେଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଘଟଣାକୁ ନେଇ ତଦନ୍ତ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ରମେଶ ମାଝୀ | କନ୍ଧମାଳ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ରମେଶ ମାଝୀ | 
ସେପଟେ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଦାରିଙ୍ଗବାଡି ଥାନାରେ ଅଟକ ରଖିଛି ପୋଲିସ | ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ | ଅଭିଯୁକ୍ତ ଶ୍ରବଣ କୁମାର ଦାରିଙ୍ଗବାଡି କଲେଜର ଛାତ୍ର | ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି | ପୀଡିତା ଛାତ୍ରୀଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି |
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳନା କରୁଥିବା ଏହି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି | ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ନହୋଇପାରିବାରୁ ଉତ୍ୟକ୍ତ ଲୋକେ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ |
ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ସ୍କୁଲ ଭିତରେ ପୋଲିସ ମୁତୟନ କରାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ନାବାଳିକା ଏଭଳି ଲଜ୍ଜାର ଶିକାର କେମିତି ହେଲେ ? ଏଥିପାଇଁ ଦାୟୀ କିଏ ? ଏତେ ଦିନ ଯାଏଁ ହଷ୍ଟେଲ; ୱାଡେନ ଜାଣିପାରିଲେଣି କିପରି ? ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଅଛି କି ? ନାବାଳିକା ଶିଶୁ କନ୍ୟାକୁ ଜନ୍ମ ଦେବାପରେ ଏହିସବୁ ପ୍ରଶ୍ନ ସୃଷ୍ଟି ହୋଇଛି | ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଆବାସିକରେ ସ୍କୁଲରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି |