ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦେଶୀ ମଦ ଭାଟିରୁ ଡ଼କାୟତି : କର୍ମଚାରୀଙ୍କୁ ପିଟି ଲୁଟି ନେଲେ ୯୦ ହଜାର ଟଙ୍କା

Published By : Suraj Kumar | January 1, 2025 7:29 PM

ଟିଟିଲାଗଡ,୧।୧ : ଟିଟିଲାଗଡ଼ ଥାନା ଶିକେର ଦେଶୀ ମଦ ଭାଟିରେ ମଙ୍ଗଳବାର  ବିଳମ୍ବିତ ରାତିରେ ହୋଇଛି ଡକାୟତି। କିଛି ମୁଖାପିନ୍ଧା ଦୃର୍ବୁତ୍ତମାନେ ଡ଼କାୟତି କରିଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଭାଟିର କର୍ମଚାରୀ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବିଳମ୍ବିତ ରାତିରେ ବିଭିନ୍ନ  ମାରଣାସ୍ତ୍ର ସହ ମଦଭାଟି ଭିତରକୁ ପଶି ପ୍ରଥମେ କର୍ମଚାରୀ ମାନଙ୍କୁ ପ୍ରବଳ ମାଡମାରିଥିଲେ। ଏଥିସହ ମାରଣାସ୍ତ୍ର ଦେଖାଇ ପ୍ରାୟ ୯୦ ହଜାର ଟଙ୍କା ରଖାଯାଇଥିବା ଛୋଟ ଟିଣ ବାକ୍ସ ଧରି ଫେରାର ହୋଇଯାଇଥିଲେ । ମଦଭାଟିର ସିସିଟିଭି ଭାଙ୍ଗିବା ସହ ଡିଭିଆର ଭାଙ୍ଗିଦେଇଥିଲେ । ଘଟଣା ସ୍ଥଳରେ ଟିଟିଲାଗଡ଼ ଓ ସଇଁତଳା ର ଦୁଇଟି ପୋଲିସ ଟିମ ପହଞ୍ଚିବା ସହ ଡକାୟତି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.