୯୪ ଓଏଏସ୍ଙ୍କ ବଦଳି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ନିର୍ବାଚନ ପୂର୍ବରୁ ଆଜି ୯୪ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ସରକାର । କେତେକ ଖାସ୍ ଅଧିକାରୀଙ୍କୁ ପୂର୍ବ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ୩ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋଟିଏ ବିଜ୍ଞପ୍ତିରେ ୫୬ଜଣ ଓଏଏସ୍ ଅଫିସରଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଅଧିକାଂଶ ଅଫିସରଙ୍କୁ ବିଡିଓ ପଦବୀକୁ ବଦଳି କରାଯାଇଛି । ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ୧୦ଜଣ ଓଏଏସ ଅଫିସରଙ୍କର ବଦଳି କରାଯାଇଛି । ଆଉ ଏକ ବିଜ୍ଞପ୍ତି ଅନୁଯାୟୀ ୧୪ଜଣ ବିଡିଓ, ୬ଜଣ ତହସିଲଦାର ଏବଂ ଆଉ ୮ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି ।