PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସ୍କୁଟି ଡିକିରୁ ୯୯ ହଜାର ଲୁଟ ଘଟଣା: ଝାରସୁଗୁଡ଼ାରୁ ୩ ଗିରଫ

ସୁନ୍ଦରଗଡ଼,୨୫/୦୭: ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ସୁନାରୀପଡ଼ା ଛକ ନିକଟରେ ରହିଥିବା ପରିବହନ ଚାଲାଣ କାର୍ଯ୍ୟାଳୟ ସମ୍ମୁଖରୁ ସ୍କୁଟି ଡିକି ଖୋଲି ୯୯ ହଜାର ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଝାରସୁଗୁଡ଼ାରୁ ପୁଲିସ ଗିରଫ କରିଛି । ନନ୍ଦ କିଶୋର ଜୈସ୍ୱାଲଙ୍କ ଟାୟାର ଦୋକାନରେ କାମ କରୁଥିବା ଲଙ୍କାହୁଡ଼ା ଗ୍ରାମର ଦିନେଶ ପଟେଲ ଗତ ୨୨ ତାରିଖ ଦିନ ୯୯ ହଜାର ଟଙ୍କା ନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ ।

ବ୍ୟାଙ୍କ କାଉଣ୍ଟରରେ ଭିଡ଼ ଥିବାରୁ ଦିନେଶ ଟଙ୍କା ଜମା ନକରି ଫେରି ଆସି ସ୍କୁଟି ଡିକିରେ ରଖି ସୁନାରୀପଡ଼ାରେ ରହିଥିବା ପରିବହନ ଚାଲାଣ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସ୍କୁଟିକୁ ବାହାରେ ଛିଡ଼ା କରି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । ସେଠାରୁ କାମ ସାରି ବାହାରକୁ ଆସି ପୁଣି ବ୍ୟାଙ୍କ୍‌କୁ ଆସିଥିଲେ । ବ୍ୟାଙ୍କ୍‌ରେ ଟଙ୍କା ଜମା କରିବା ପାଇ ସ୍କୁଟି ଡିକି ଖୋଲିବାରୁ ଭିତରେ ଟଙ୍କା ନଥିବା ଦେଖି ଚୋରି ହୋଇଥିବା ଜାଣି ମାଲିକଙ୍କୁ ପ୍ରଥମେ ଘଟଣା ଜଣାଇ ଟାଉନ ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ । ଟାଉନ ଥାନା ଅଧିକାରୀ ବିଭ ପ୍ରଧାନ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରି ପରିବହନ ଚାଲାଣ କାର୍ଯ୍ୟାଳୟ କରୁଥିବା ସୁକାନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜରୁ ପୁଲିସ୍‌ ଦୁର୍ବୃତ୍ତମାନଙ୍କ ସୁରାକ ପାଇଥିଲା ।

ସିସି ଟିଭି ଫୁଟେଜରେ ଓଡ଼ି୨୩-୪୧୨୩ ନମ୍ବର ବିଶିଷ୍ଟ ଗ୍ଲେମର ବାଇକ୍‌ରେ ଦୁଇ ଜଣ ଆସି ସ୍କୁଟି ଡିକିରୁ ଟଙ୍କା ନେଇଥିବା ଜଣାପଡ଼ିବା ପରେ ବାଇକର ନମ୍ବରରୁ ସମସ୍ତ ଖବର ସଂଗ୍ରହ କରି ଝାରସୁଗୁଡ଼ା ପୁଲିସକୁ ଘଟଣା ଜଣାଇବାରୁ ସେଠାକାର ପୁଲିସ ସଜାଗ ହୋଇ ଗ୍ଲେମର ବାଇକ୍‌କୁ ଜବତ କରିବା ପରେ ତିନି ଜଣ ଯୁବକଙ୍କୁ ଗିରଫ କରି ଥାନାରେ ପଚରାଉଚୁରା କରୁଥିବା ଜଣାପଡ଼ିଛି ।