ସିନ୍ଧେକେଲା ୧୪/୦୯: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତରା ମୁଖ୍ୟ ଛକଠାରେ ବାଇକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ଅବକାରୀ ବିଭାଗ, ବନ୍ଧା ହେଲେ ୨ ଚାଲାଣକାରୀ । ଗିରଫ ଯୁବକ ଦ୍ୱୟ ହେଉଛନ୍ତି ଅହଲ୍ୟା ବାଗ (୩୮ବର୍ଷ ) ଓ ପାଣ୍ଡଵ ବାଗ (୪୦ ବର୍ଷ) । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ମୁତାବକ, ଚାନ୍ଦୋତରା ମୁଖ୍ୟ ଛକଠାରେ ଏକ ବାଇକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଖବର ପାଇଥିଲା । ଘଟଣା ସ୍ଥଳରେ ପହଞ୍ଚି ବାଇକ୍ଟିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବାଇକ୍ରେ ବନ୍ଧା ହୋଇଥିବା ବସ୍ତା ଭିତରୁ ୯କେଜି ଗଞ୍ଜେଇ ବାହାରିଥିଲା । ଯାହା ପରେ ଦୁଇ ଗଞ୍ଜେଇ ଚାଲାଣକାରୀ ଅହଲ୍ୟା ବାଗ ଓ ପାଣ୍ଡଵ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ଅବକାରୀ ବିଭାଗ ପକ୍ଷରୁ ଓଆଇସି ସୁମିତ କୁମାର ସାହୁ, ଏଏସଆଇ ହିଙ୍ଗୁଳା ଦାଶ, ସିପାହୀ ପ୍ରଫୁଲ୍ଲ କୁମାର ନାଗ, ଚନ୍ଦନ କୁମାର ପଟେଲ ସାମିଲ ହୋଇଥିଲେ।