ମାଲକାନଗିରି, ୧୨/୧୦ : ମାଲକାନଗିରି ଜିଲ୍ଲାର କୋୟା ସମ୍ପ୍ରଦାୟର ଆଦିବାସୀ ଯୁବକ ଆକାଶ ପଡ଼ିଆମୀ ଜାତୀୟ ଓ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାରୁ ଜାତୀୟ ଦଳରେ ଭାଗ ନେଇ ସଫଳତା ହାସଲ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟଟି କେରଳରେ ଗତ ସେପ୍ଟେମ୍ବର ୨୫ତାରିଖରୁ ଆକ୍ଟାବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଅନ୍ତର୍ଜାତୀୟ ବ୍ଲାଇଣ୍ଡ ସ୍ପୋର୍ଟ୍ସ ଆସୋସିଏସେନ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ଆକାଶ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଦେଶ ଭାଗ ନେଇଥିଲେ। ଦେଶ ଗୁଡ଼ିକ ହେଲା ଭାରତ, ଇରାନ, ଇଂଲଣ୍ଡ, ପୋଲାଣ୍ଡ, ଇଟାଲୀ ସଉତକୋରିଆ ଭାଗ ନେଇଥିଲେ। ଓଡ଼ିଶାରୁ ଏକ ମାତ୍ର କ୍ରୀଡ଼ାବିତ ଭାବେ ଭାରତ ଟିମରେ ସାମିଲ ହୋଇ ସଫଳତା ହାସଲ ପାଇଲା ପରେ ନିଜ ଜନ୍ମ ମାଟି ମାଲକାନଗିରିକୁ ଆକାଶ ଆଜି ଫେରିଛନ୍ତି। ସେ ଆଜି ସକାଳେ ମାଲକାନଗିରି ବସ ଷ୍ଟାଣ୍ଡଠାରେ ପହଁଚିଲା ପରେ ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ, ବିଭିନ୍ନ ସଂଘଠନ ପକ୍ଷରୁ ଭଵ୍ୟ ସମ୍ବର୍ଦ୍ଧନା ଜଣାଇ ଶୋଭାଯାତ୍ରାରେ କଲେଜ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ପରେ ନିଜ ଜନ୍ମ ମାଟି ଗୋରାଖୁଣ୍ଟା ପଂଚାୟତ କୃଷୁୱାର୍ଡ। ଗ୍ରାମରେ ପହଁଚିଲା ପରେ ପଂଚାୟତ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ଏକ ବିରାଟ ଶୋଭାଯାତ୍ରା ବାହାରି ପାରମ୍ପରିକ ଆଦିବାସୀ ନୃତ୍ୟରେ ଶତାଧିକ ମହିଳା ଓ ପୁରୁଷ ତାଙ୍କ ଘର କୁ ପାଛୋଟି ନେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସରପଞ୍ଚ ପଦିଏ କବାସୀ, ପୂର୍ବତନ ସରପଞ୍ଚ ଏରା ପଡିଆମୀ, ସମିତି ସଭ୍ୟା ଦେବେ ମାଢି, ଆଡ଼ମା ମାଢି, ସୋମା ମାଡକାମୀ, କସା ମାଡକାମୀ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଦୁର୍ଗାତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।