ଭଞ୍ଜନଗର,୨୩/୯; କଳିଙ୍ଗା ଘାଟିରେ ଦ୍ବିତୀୟ ଥର ଭୂସ୍ଖଳନ । ମାଟି ଅତଡ଼ା ଧସି ବଡ଼ ବଡ଼ ପଥର ରାସ୍ତା ଉପରକୁ ଖସି ଆସିଛି । କିଛି ପଥର ଘାଟିରେ ଝୁଲି ରହିଲା ଭଳି ମନେ ହେଉଛି  । ଏହା ଯେକୌଣସି ସମୟରେ ଏହା ବିପଦ ସୃଷ୍ଟି କରିପାରେ  । ଘାଟିରୁ ପଥର ଖସିବାର ସମ୍ଭାବନା ରହିଛି । ଏନେଇ ଘାଟିକୁ ଉଭୟ ପାର୍ଶ୍ବରୁ ବନ୍ଦ ରଖାଯାଇଛି । ଘାଟି ରାସ୍ତା ଦେଇ ଯିବାକୁ ବାରଣ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ଗଞ୍ଜାମ ଏବଂ କନ୍ଧମାଳକୁ ଯୋଡ଼ୁ ଥିବା କଳିଙ୍ଗା ଘାଟି ପ୍ରଥମ ଭୂସ୍ଖଳନ ହୋଇଥିଲା । ଏଥିରେ ଘାଟି ରାସ୍ତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ତେବେ ରାସ୍ତାରେ ଯାତାୟାତକୁ ସ୍ବାଭାବିକ କରିବାକୁ ପ୍ରଶସାନ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତି କାମ ଚାଲୁଥିବା । ପଥର ଚଟାଣକୁ ଫଟାଇ ରାସ୍ତାରୁ ଧ୍ବଂସାବଶେଷକୁ ହଟାଇବା କାର୍ଯ୍ୟ କରୁଥିଲେ ଉଦ୍ଧାରକାରୀ ଦଳ । ହେଲେ ଦ୍ବିତୀୟ ଥର ଭୁସ୍ଖଳନ ଆସିବା ଯୋଗୁ ଏହି କାର୍ଯ୍ୟରେ ବ୍ରେକ୍ ଲାଗିଛି । ଆଗକୁ ବଡ ବର୍ଷା ଆଶଙ୍କା ରହିଥିବାରୁ ​​​​​​​