ବାସୁଦେବପୁର,୪/୧୦ : ବାସୁଦେବପୁର ବ୍ଲକ ଖରିଦାବିନାୟକପୁର ଗ୍ରାମରେ ୫ଦିନର ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଏହି ଗ୍ରାମର ସଞ୍ଜୟ ମଳିକଙ୍କ ୫ଦିନର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ରାଜ୍ୟ ଶିଶୁ ସୁରକ୍ଷା ବିଭାଗକୁ ଅଭିଯୋଗ ହୋଇଥିଲା।

ଅଭିଯୋଗପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବାହ୍ୟ କର୍ମୀ ଦାମୟନ୍ତୀ ଦାସ, ଲକ୍ଷ୍ମଣ ଜେନା, ପର୍ଯ୍ୟବେକ୍ଷକ ଦିଗବିଜୟ ମହାନ୍ତି, ମାମଲା କର୍ମୀ ଚନ୍ଦ୍ରକାନ୍ତ ଗୋଛାୟତ ସଞ୍ଜୟଙ୍କ ଘରେ ତଦନ୍ତ ପାଇଁ ପହଂଚିଥିଲେ। ଗତକାଲି ଉକ୍ତ ଶିଶୁକୁ ତିହିଡି ପୀରହାଟ ସମ୍ପର୍କୀୟ ଘରେ ରଖିଥିବା ଜେଜେ ନରସିଂହ କହିଛନ୍ତି। ଖବରପାଇ ଆଜି ସକାଳେ ସଞ୍ଜୟ ଓ ତାଙ୍କ ସ୍ତ୍ରୀ ଘରେ ଥିବା ବଡ଼ ଝିଅକୁ ଧରି ଚାନ୍ଦବାଲି ଅଂଚଳର ମାମୁଁ ଘରକୁ ଚାଲିଯାଇଥିଲେ।