​​​​​​​ହରଭଙ୍ଗା,୩।୯ : ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ଏକ ବର୍ଷ ହେଲା ସରିଛି କିନ୍ତୁ ମୁଖ୍ୟ ଫାଟକ ରେ ତାଲା ଝୁଲୁଛି ଫଳରେ କୋମଳ ମତି ଶିଶୁ  ଏକ ସ୍କୁଲ  ବାହାରେ ପାଠ ପଢୁଛନ୍ତି। ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଖରଭୂଇଁ ଗ୍ରାମ ରେ ଥିବା ନୁତନ ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି।

୨୦୨୪-୨୫ ଆର୍ଥିକ ବର୍ଷ ରେ ଏମଜିଏନଆରଜିଏସ ଯୋଜନା ରୁ ଲକ୍ଷ ୭୫ହଜାର ଟଙ୍କା ଆସିଥିବା ବେଳେ ବ୍ଲକ ପକ୍ଷରୁ ସେହି ଆର୍ଥିକ ବର୍ଷରେ ଲକ୍ଷ ଟଙ୍କା ମିଳିଥିଲା। ମୋଟ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ବରାଦ ରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ ନିର୍ମାଣ ହୋଇଛି। ଗୃହ କାର୍ଯ୍ୟ କରିଥିବା  ଠିକାଦାର ଙ୍କୁ ଟଙ୍କା ଟିଏ ବି ମିଳିପାରିଲା ନାହିଁ ଏପରିକି ନିଜର ପ୍ରାପ୍ୟ ପାଇଁ ବ୍ଲକ ପ୍ରଶାସନକୁ ଗୁହାରି କଲେ ମଧ୍ୟ ଟଙ୍କା ପାଇ ପାରିନଥିବା ନେଇ ଠିକାଦାର ଜଣଙ୍କ ପ୍ରକାଶ କରିଛନ୍ତି! ଯାହାଫଳରେ ବାଧ୍ୟ୍ୟ ହୋଇ  ତାଲା ପକାଇଛି ବୋଲି ଠିକାଦାର ଜଣକ କହିଛନ୍ତି

ସେପଟେ ଏହାକୁ ନେଇ ହରଭଙ୍ଗା ସିଡିପିଓ ଦୀପ୍ତି ମୟୀ ପାତ୍ରଙ୍କୁ ପଚାରିବାରୁ ବିଡ଼ିଓ ଏବଂ ସମ୍ପୃକ୍ତ ବ୍ଲକ ଏଇଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ତୁରନ୍ତ ଗୃହ ହସ୍ତାନ୍ତର ପାଇଁ ଜଣାଇଛୁ   ଉକ୍ତ କେନ୍ଦ୍ର ରେ ଅତ୍ୟଧିକ ପିଲା ଥିବାରୁ ପୁରୁଣା କୋଠରୀ ରେ ପାଠ ପଢ଼ାଇବା ସମ୍ଭବ ନଥିବାରୁ ଆମେ ଏକ ସ୍କୁଲ ଘରେ ଅନୁମତି ନେଇ ପାଠ ପଢ଼ାଉଛୁ ବୋଲି କହିଥିଲେ ଅନ୍ୟପଟେ ସମସ୍ୟା କୁ ନେଇ ବିଡ଼ିଓ ଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତୁରନ୍ତ ବୌଦ୍ଧ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।