ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଘରବାହୁଡା ଖୁସିରେ ଝୁମିଲେ ସୁନୀତା; ମହାକାଶରେ ନାଚିଲେ, ମାର୍ଚ୍ଚ ୧୯ ଫେରିବେ

Published By : Ankita S | March 17, 2025 8:38 AM

ନୂଆଦିଲ୍ଲୀ,୧୭/୦୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍‌ ୱିଲମୋରଙ୍କ ଲାଗି ରବିବାର ଐତିହାସିକ ଦିନ ଥିଲା । ଦୀର୍ଘ ୯ ମାସ ହେଲା ଉଭୟ ମହାକାଶରେ ଫସିଥିବାବେଳେ ସେମାନଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ନାସା ଓ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ଦ୍ୱାରା ମିଳିତ ଭାବେ ଲଞ୍ଚ କରାଯାଇଥିବା କ୍ରୁ-୧୦ ମିଶନ୍‌ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ (ଆଇଏସ୍‌ଏସ୍‌) ରେ ପହଞ୍ଚିଥିଲା । ସଫଳ ଡକିଂ ଓ ହ୍ୟାଚ୍‌ ଖୋଲିଯିବା ପରେ ମିଶନ୍‌ର ମହାକାଶଚାରୀମାନେ ସୁନୀତା, ବୁଚ୍‌ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍‌ ପହଞ୍ଚିବା ପରେ ଆଇଏସ୍‌ଏସ୍‌ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ । ସୁନୀତା ସାଥୀ ମହାକାଶଚାରୀଙ୍କ ସହ ମହାକାଶରେ ନାଚିଥିଲେ ଓ ମସ୍ତି କରିଥିଲେ । ସେ ସମସ୍ତଙ୍କୁ ଆଲିଙ୍ଗନ କରି ଖୁସି ପ୍ରକାଶ କରିଥିଲେ । ମହାକାଶରେ ହୋଇଥିବା ସେହି ସେଲିବ୍ରେସନ୍‌ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ବୋଇଂ ଓ ନାସାର ମିଳିତ ‘କ୍ରୁ ଫ୍ଲାଇଟ୍‌ ଟେଷ୍ଟ ମିଶନ୍‌’ ଅନୁସାରେ ସୁନୀତା, ବୁଚ୍‌ ଗତବର୍ଷ ଜୁନ୍‌ ୫ରେ ମହାକାଶକୁ ଯାଇଥିଲେ । ସେମାନଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଫେରିବାର ଥିଲା । କିନ୍ତୁ ସେମାନଙ୍କୁ ନେଇ ଯାଇଥିବା ବୋଇଂ ଷ୍ଟାରଲାଇନର ମହାକାଶଯାନରେ ପ୍ରଯୁକ୍ତିଗତ ତ୍ରୁଟି ଯୋଗୁ ଦୀର୍ଘ ୯ ମାସ ହେଲା ମହାକାଶରେ ଉଭୟ ଫସି ରହିଛନ୍ତି । ଏହାପରେ ବାଧ୍ୟହୋଇ ନାସା ସ୍ପେସ୍‌ଏକ୍ସର ମହାକାଶଯାନରେ ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା । ସେହି ମୁତାବକ, କ୍ରୁ-୧୦ର ଟିମ୍‌ ଶନିବାର ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୪.୩୦ରେ ସ୍ପେସ୍‌ଏକ୍ସର ଫାଲ୍‌କନ୍‌ ୯ ରକେଟ୍‌ ଜରିଆରେ ଡ୍ରାଗନ୍‌ ମହାକାଶଯାନରେ ଉଡ଼ାଣ ଭରିଥିଲେ । ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହାକୁ ଲଞ୍ଚ୍‌ କରାଯାଇଥିଲା ।

ISSରେ ପହଞ୍ଚିଲେ କ୍ରୁ-୧୦ ସଦସ୍ୟ- ରବିବାର ୯.୪୦ରେ ଏହା ଡକିଂ କରିଥିବାବେଳେ ୧୧.୦୫ରେ ହ୍ୟାଚ୍‌ ଓପନ୍‌ ହୋଇଥିଲା । ଏହାପରେ କ୍ରୁ-୧୦ ମିଶନ୍‌ର ମହାକାଶଚାରୀ ନାସାର ଆନ୍ନି ମାକ୍ଲେନ୍‌, ନିକୋଲ ଆୟାର୍ସ, ଜାପାନର ତାକୁୟା ଓନିଶି, ରୁଷ୍‌ର କିରିଲ୍‌ ପେସ୍କୋଭ ସେଠାରେ ପୂର୍ବରୁ କାର୍ଯ୍ୟରତ ସୁନୀତା ୱିଲିୟମ୍ସ ଓ ସାଥୀଙ୍କୁ ସାକ୍ଷାତ କରିଥିଲେ । ସୁନୀତା ଓ ବୁଚ୍‌ ଆଗାମୀ କିଛି ଦିନ ଧରି ନୂଆ ମହାକାଶଚାରୀମାନଙ୍କୁ ଆଇଏସ୍‌ଏସ୍‌ ସଂପର୍କରେ ସୂଚନା ଦେବେ । ପରବର୍ତ୍ତୀ ସମୟରେ ସେ ଦୁଇଜଣଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକସାନ୍ଦ୍ର ଗୋରବୁନୋଭ ପୃଥିବୀ ପୃଷ୍ଠକୁ ଫେରିବେ । ପାଣିପାଗ ଠିକ୍‌ ରହିଲେ ମାର୍ଚ୍ଚ ୧୯ରେ ସେମାନେ ସ୍ପେସ୍‌ଏକ୍ସର କ୍ୟାପସୁଲ୍‌ ଜରିଆରେ ପୃଥିବୀକୁ ଫେରିବେ । ତାହା ଫ୍ଲୋରିଡା ତଟରେ ଅବତରଣ କରିପାରେ ବୋଲି ନାସା ପକ୍ଷରୁ କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.