ନୂଆଦିଲ୍ଲୀ,୩୧/: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଆରମ୍ଭ ହୋଇଛି । କାନବେରା ପରି ମେଲବୋର୍ଣ୍ଣରେ ମଧ୍ୟ ଟସ୍ ଜିତିଛି ଘରୋଇ ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି କଙ୍ଗାରୁ ଦଳ । ପ୍ରଥମ ମ୍ୟାଚ୍ ବର୍ଷା ଧୋଇ ନେବା ପରେ ଉଭୟ ଦଳ ଏବେ ବିଜୟ ପାଇଁ ବ୍ୟାକୁଳ ଅଛନ୍ତି । ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯାଉଛି । କାନବେରା ଭଳି ମେଲବର୍ଣ୍ଣରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳପାରେ । ତଥାପି ସମ୍ପୂର୍ଣ୍ଣ ମ୍ୟାଚ ଖେଳାଯାଇପାରିବ ବୋଲି ପାଣିପାଗ ସୂତ୍ରରୁ ଜଣା ପଡ଼ିଛି । ଫଳରେ ଆଜି ସଂଘଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଉଭୟ ଦଳ ଏହି ସିରିଜ ଜରିଆରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ ସମୟ ପୂର୍ବରୁ ନିଜ ନିଜର ଦୋଷ ଦୁର୍ବଳତାକୁ ସୁଧାରିବା ପାଇଁ ଉଭୟ ଦଳ ପ୍ରୟାସ କରିବେ । କାନବେରାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ମାତ୍ର ୯.୪ ଓଭର ଖେଳ ସମ୍ଭବ ହୋଇଥିଲା । ଏହାପରେ ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା । ଭାରତ ମେଲବର୍ଣ୍ଣରେ ୬ଟି ଟି-ଟ୍ୱେଣ୍ଟି ଖେଳିଛି ଓ ୪ଟିରେ ବିଜୟୀ ହୋଇଛି । ଆଜି ଆଉ ଏକ ବିଜୟ ଫର୍ଦ୍ଦ ଯୋଡ଼ିବାକୁ ଦଳ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଆଉ ୪ ରନ କଲେ ଟି-ଟ୍ୱେଣ୍ଟିରେ ୨୦୦୦ ରନ ପୂରଣ କରିବେ । ସେହିପରି ସଞ୍ଜୁ ସାମସନ ୭ ରନ ଓ ତିଳକ ବର୍ମା ୩୮ ରନ କଲେ ଟି-ଟ୍ୱେଣ୍ଟିରେ ୧୦୦୦ ରନ ଲେଖାଏଁ ସମ୍ପୂର୍ଣ୍ଣ କରିବେ । ଯଶପ୍ରୀତ ବୁମରା ୪ଟି ୱିକେଟ୍ ନେଲେ ୧୦୦ ଟି-ଟ୍ୱେଣ୍ଟି ୱିକେଟ୍ କ୍ଲବ୍ରେ ସ୍ଥାନ ପାଇବେ । ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଗତ ବିଗ ବାସ ଲିଗ୍ରେ ଇନିଂସ ପିଛା ହାରି ହାରି ରନ ୧୮୦ରୁ ଊଦ୍ଧ୍ୱର୍ ରହିଥିଲା ।
The Playing XI for the 2nd #AUSvIND T20I 🙌
— BCCI (@BCCI) October 31, 2025
Updates ▶ https://t.co/7LOFHGtfXe#TeamIndia pic.twitter.com/8gAjfwoGSi
ଭାରତ ଏକାଦଶ: ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଏକାଦଶ : ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ୍ ହେଡ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମିଚେଲ ଓଏନ, ମାର୍କସ ଷ୍ଟଇନିସ, ଏମ୍. ସର୍ଟ, ଜାଭିୟର ବାର୍ଟଲେଟ୍, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ ।