ନୂଆଦିଲ୍ଲୀ,୨୫/୧୦: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଜାରି ରହିଛି । ସିଡନୀ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୩୬ ରନ୍ରେ ଅଲଆଉଟ ହୋଇଛି । ଭାରତୀୟ ବୋଲରଙ୍କ ଜାଲରେ ଫସିଯାଇଥିଲା କଙ୍ଗାରୁ ଦଳ । ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲେ । ଘାଇଲା କରିଥିଲେ ହର୍ଷିତ ରାଣା । ମାତ୍ର ୨୩୬ରନ୍ରେ ଘରୋଇ ଦଳ ସୀମିତ ରହିଛି । ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ୱାଶିଂଟନ ସୁନ୍ଦର ୨, ସିରାଜ, ଅକ୍ଷର ପଟେଲ ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ମାଟ ରେନସ ସର୍ବାଧିକ ୫୬ ରନ୍ କରିଛନ୍ତି । ପ୍ରଥମ ଦିନିକିଆ ଜିତି ଆଗୁଆ ସିରିଜ କବ୍ଜା କରି ସାରିଛି ଅଷ୍ଟ୍ରେଲିଆ । ଆଜି ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ଭାରତୀୟ ବୋଲର ବଡ଼ ସ୍କୋର କରିବାରେ ଅଷ୍ଟ୍ରେଲିଆକୁ ଅଟକାଇଛନ୍ତି । ବୋଲିଂ ପରେ ଏବେ ବ୍ୟାଟିଂରେ ଭାରତକୁ ଚମତ୍କାର କରିବାକୁ ପଡିବ । ସମ୍ମାନ ପାଇଁ ଖେଳୁଥିବା ଟିମ୍ ଇଣ୍ଡିଆ ପାଇଁ ଏହି ବିଜୟ ଜରୁରି ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆର ଟ୍ରାଭିସ ହେଡ଼ ୨୯ ରନ୍ କରି ସିରାଜଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ । ମିଚେଲ ମାର୍ଶ ୪୧ ରନ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ । ଦଳୀୟ ସ୍କୋର ୮୮ରେ ୨ଟି ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଅନ୍ୟମାନଙ୍କ ମଧ୍ୟରେ ମାର୍ଥ୍ୟୁ ସର୍ଟ ୩୦, ମାଟ ରେନସ ୫୬, ଆଲେକ୍ସ କ୍ୟାରୀ ୨୪, କପର କଲୋନୀ ୨୩, ମିଚେଲ ଓୱେନ ୧, ମିଚେଲ ଷ୍ଟାର୍କ ୨, ନାଥନ ୧୬ ଓ ଆଡମ ଜାମ୍ପା ୨ ରନ୍ କରି ଆଉଟ ହୋଇଥିଲେ । ଫଳରେ ୨୩୬ରନ୍ରେ ଅଷ୍ଟ୍ରେଲିଆର ରନ ଗାଡ଼ି ଅଟକିଥିଲା ।
ଭାରତକୁ ଜିତିବାକୁ ୨୩୭ ରନ୍ ଦରକାର । ଭାରତକୁ ସମ୍ମାନ ବଞ୍ଚାଇବାକୁ ହେଲେ ବିଜୟ ଜରୁରି । କିନ୍ ସୁଇପ୍ ଏଡାଇବାକୁ ପ୍ରୟାସ କରିବ ଟିମ୍ ଶୁଭମନ । ଖାଲି ସେତିକି ନୁହେଁ, ଦୁଇ ପ୍ରସିଦ୍ଧ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ମାଟିରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ରାେହିତ ଦ୍ୱିତୀୟ ଦିନିକିଆରେ ଭଲ ସ୍କୋର କରିଥିଲେ । ହେଲେ ବିରାଟ କୋହଲି ଦୁଇଟି ଯାକ ମ୍ୟାଚରେ ଶୂନ୍ୟରେ ଆଉଟ ହୋଇଥିଲେ । ଆଜି ସେ କମବ୍ୟାକ କରିବା ଆଶାରେ ରହିଛନ୍ତି ଫ୍ୟାନ୍ସ । କୋହଲି ୫୪ ରନ କଲେ ସର୍ବାଧିକ ଦିନିକିଆ ରନ୍ ତାଲିକାରେ କୁମାର ସାଙ୍ଗାକାରାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ । ରୋହିତ ଶର୍ମା ଆଉ ୯୩ ରନ୍ କଲେ ବୀରେନ୍ଦ୍ର ସେହୱାଗଙ୍କ ନାମରେ ରହିଥିବା ଏକ ରେକର୍ଡ ଅତିକ୍ରମ କରିବେ ।