ରାଜଗାଙ୍ଗପୁର,୨୧/୧୦ : ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ରାଜ୍ୟ ରାଜପଥ ୧୦(ବିଜୁ ଏକ୍ସପ୍ରେସ)ରେ ।

ସୂଚନା ଅନୁସାରେ , ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜନୈକ ବାଇକ୍ ଚାଳକକୁ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ଖବରପାଇ କାଂଶବାହାଲ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ରାଜଗାଙ୍ଗପୁର ସିଏଚସିକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି ।