ପାଟଣାଗଡ଼,୧୮/ : ପାଟଣାଗଡ଼ ବ୍ଲକ ତମିଆଁ ହାଇସ୍କୁଲ ଖେଳପଡ଼ିଆଠାରେ ବ୍ଲକସ୍ତରୀୟ ଖୋଖୋ କବାଡ଼ି ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଆଦି ଜୋନର ବିଭିନ୍ନ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଶହେରୁ ର୍ଦ୍ଧ୍ବ ଖେଳାଳି ଅଂଶ ଗ୍ରହଣ କରିଥିଲେ। ତମିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ୍ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ  ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତନ ଧରୁଆ, ବ୍ଲକ ସଂପାଦକ ଯୁବରାଜ ମେହେର ଥିବାବେଳେ ସମ୍ମାନିତ ଅତିଥି ଭାବେ ଅଶୋକ ମେହେର, ନିମାଇଁ ଚରଣ ମିଶ୍ର, ଗରୁଡ ସାମଲ, ବସନ୍ତ ମେହେର ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଜିମିମା ନନ୍ଦଙ୍କ ନେତୃତ୍ବରେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।

ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନେ ପାଟଣାଗଡ଼ ବ୍ଲକସ୍ତରରୁ ମନୋନୀତ ହୋଇ ଜିଲ୍ଲାସ୍ତରକୁ ଯିବେ ବୋଲି ଖେଳ ଶିକ୍ଷକ ଯୁବରାଜ ମେହେର ସୂଚନା ଦେଇଛନ୍ତି। ସ୍କାଉଟ ଶିକ୍ଷକ ଦେବାଶିଷ ମେହେର ଖେଳ ପରିଚାଳନା କରିଥିବାବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।