ନୂଆଦିଲ୍ଲୀ,୦୪/୧୦: ଦେଶରେ ବାଲ୍ୟବିବାହ ରୋକିବା ଲାଗି କଠୋର ଆଇନ ଥିବା ସତ୍ତେ୍ୱ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି)ର ସଦ୍ୟ ରିପୋର୍ଟ ଅନୁସାରେ, ୨୦୨୩ରେ ଦେଶରେ ବାଲ୍ୟବିବାହ ପାଇଁ ୧୬,୭୩୭ ବାଳିକା ଏବଂ ୧୨୯ ବାଳକଙ୍କୁ ଅପହରଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ୨୦୨୩ରେ ବାଲ୍ୟବିବାହ ମାମଲା ୨୦୨୨ ତୁଳନାରେ ୬ ଗୁଣ ବଢ଼ିଛି । ୨୦୨୩ରେ ୬,୦୩୮ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧,୦୨୨ ଏବଂ ୨୦୨୧ରେ ୧,୦୫୦ ମାମଲା ରହିଥିଲା । ବାଲ୍ୟବିବାହର ସର୍ବାଧିକ ମାମଲା ଆସାମରେ ରହିଛି । କେବଳ ଏହି ରାଜ୍ୟରେ ୨୦୨୩ରେ ୫,୨୬୭ କେସ୍ ସାମ୍ନାକୁ ଆସିଛି, ଯାହା କି ପୂରା ଦେଶରେ ରୁଜୁ ହୋଇଥିବା ମାମଲାର ପ୍ରାୟ ୯୦% ।
ଏହାବାଦ୍ ତାମିଲନାଡ଼ୁରେ ୧୭୪, କର୍ଣ୍ଣାଟକରେ ୧୪୫, ପଶ୍ଚିମବଙ୍ଗରେ ୧୧୮ ମାମଲା ରହିଛି । କିନ୍ତୁ ଛତିଶଗଡ଼, ନାଗାଲାଣ୍ଡ, ଲଦାଖ, ଲାକ୍ଷାଦ୍ୱୀପରେ ୨୦୨୩ରେ ଗୋଟିଏ ବି ବାଲ୍ୟବିବାହ ମାମଲା ରୁଜୁ ହୋଇନାହିଁ । ସେହିପରି ୨୦୨୩ରେ ସାରା ଦେଶରେ ଶିଶୁ ଅପରାଧ ଘଟଣାରେ ୧ ଲକ୍ଷ ୭୭ ହଜାର ୩୩୫ ମାମଲା ରୁଜୁ ହୋଇଛି, ଯାହା କି ୨୦୨୨ ତୁଳନାରେ ୯.୨% ବୃଦ୍ଧି । ୨୦୨୨ରେ ପ୍ରତି ୧ ଲକ୍ଷ ଶିଶୁଙ୍କ ମଧ୍ୟରେ ଅପରାଧ ହାର ୩୬.୬% ଥିଲାବେଳେ ୨୦୨୩ରେ ତାହା ବଢ଼ି ୩୯.୯% ହୋଇଛି । ୨୦୨୨ରେ ୧ ଲକ୍ଷ ୬୨ ହଜାର ୪୪୯ ଶିଶୁ ଅପରାଧ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ଏନ୍ସିଆର୍ବି ସାରା ଦେଶରେ ଅପରାଧର ସଂଖ୍ୟା ମଧ୍ୟ ଜାରି କରିଛି । ସର୍ବାଧିକ ଅପରାଧ ମାମଲାରେ ଉତ୍ତରପ୍ରଦେଶର ୩ ବଡ଼ ସହର ଲକ୍ଷ, କାନପୁର ଏବଂ ଗାଜିଆବାଦ ରହିଛି । ଏହି ୩ ସହର ୨୦ ଲକ୍ଷରୁ ଊଦ୍ଧ୍ୱର୍ ଜନସଂଖ୍ୟା ଶ୍ରେଣୀର ମହାନଗର ବର୍ଗରେ ଆସୁଛନ୍ତି । ରିପୋର୍ଟ ଅନୁସାରେ, ୨୦୨୩ରେ ଲକ୍ଷେ୍ନøରେ ଗାଜିଆବାଦ ଏବଂ କାନପୁର ତୁଳନାରେ ଅଧିକ ହତ୍ୟା, ବଳାତ୍କାର, ଅପହରଣ, ଏସିଡ ଆକ୍ରମଣ, ଉଦ୍ଦେଶ୍ୟରହିତ ହତ୍ୟା ଏବଂ ଅବହେଳାରୁ ମୃତ୍ୟୁ ମାମଲା ରୁଜୁ ହୋଇଛି । ଗାଜିଆବାଦରେ ହତ୍ୟାର ୪୫ ମାମଲା ରୁଜୁ କରାଯାଇଥିବାବେଳେ କାନପୁରରେ ୯୭ ଏବଂ ଲକ୍ଷେ୍ନøରେ ୯୮ କେସ୍ ରୁଜୁ ହୋଇଛି । ଗାଜିଆବାଦରେ ଅପରାଧ ହାର (ପ୍ରତି ୧ ଲକ୍ଷ ଜନସଂଖ୍ୟାରେ) ୧.୯%, କାନପୁରରେ ୩.୩% ଏବଂ ଲକ୍ଷ୍ନୋରେ ୩.୪% ରହିଛି।