ବେଙ୍ଗାଲୁରୁ, ୦୧/୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।

୮୩ ବର୍ଷୀୟ ମଲ୍ଲିକାର୍ଜୁନ ଖଡଗେ ଗତ କିଛି ଦିନ ଧରି ରାଜନୈତିକ କାର୍ଯ୍ୟକ୍ରମ ଏବଂ ବୈଠକରେ ବ୍ୟସ୍ତ ଥିଲେ । କଂଗ୍ରେସ ନେତା ଏବଂ ସମର୍ଥକମାନେ ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଗକୁ ବିହାର ନିର୍ବାଚନ ଥିବାରୁ ମଲ୍ଲିକାର୍ଜୁନ ଖଡଗେ ଶୀଘ୍ର ସୁସ୍ଥ ହେବା କଂଗ୍ରେସ ପାଇଁ ଜରୁରୀ । ​​​​​​​