ନୂଆଦିଲ୍ଲୀ: ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଭେଟିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ଆପୋଲ ହସ୍ପିଟାଲରେ ଅଭିଷେକଙ୍କୁ ଭେଟିଛନ୍ତି ମମତା । ଅଭିଷେକଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଛନ୍ତି । ସେ ସୋସିଆଲ ମିଡିଆରେ ଅଭିଷେକଙ୍କୁ ଆକ୍ରମଣ ସମୟର ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଶାସକ ଏବେ ହତ୍ୟାକାରୀ । ଏହି ପୋଷ୍ଟଟି ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ଅଭିଷେକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଟିଏମସି ବିଜେପି ସରକାର ଉପରେ ବର୍ଷିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା କୁହାଯାଇଛି । ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି କି, ଏହା କ’ଣ ଗଣତନ୍ତ୍ର । ଏହା କଣ ସୁଶାସନ କହି ସମାଲୋଚନା କରାଯାଇଛି । ଯେଉଁମାନେ ଆକ୍ରମଣ କରିଛନ୍ତି ଚିହ୍ନଟ କରି ଗିରଫ କରିବାକୁ ଦାବି କରାଯାଇଛି । ଟିଏମସିର ବରିଷ୍ଠ ନେତାଙ୍କ ସହ ବହୁ ରାଷ୍ଟ୍ରୀୟ ସ୍ତରର ନେତା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅଖିଳେଶ ଯାଦବ ଏହି ଘଟଣାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାର ସାମ୍ନା କରିଥିବା ପରିବାରକୁ ଭେଟିଥିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ନିନ୍ଦା ମଧ୍ୟ କରାଯାଉଛି ।

ଏହାସହ ପଢ଼ନ୍ତୁ: ଅଭିଷେକଙ୍କ ଉପରେ ଆକ୍ରମଣ ଘଟଣା: ଜାଣନ୍ତୁ କିଏ କ’ଣ କହିଲେ ?