ନୂଆଦିଲ୍ଲୀ: ଶନିବାର ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ସୋନାରପୁରରେ ଅଭିଷେକଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଉପରକୁ ଅଣ୍ଡା, ଚପଲ ମାରି ଆକ୍ରମଣ କରାଯାଇଥିଲା । ଏହାସହ ଚୋର ଚୋର କହି ନାରାବାଜି କରାଯାଇଥିଲା । ଟିଏମସି ବଡ଼ ନେତା ହୋଇଥିବାବେଳେ ସୁଦ୍ଧା ତାଙ୍କ ଉପରେ ଆକ୍ରମଣ କରାଯାଇଥିବାବେଳେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଛି ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ଘଟଣାକୁ ତିବ୍ର ଭାବରେ ନିନ୍ଦା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ନିନ୍ଦା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି କି, ନିର୍ବାଚନୀ ପରବର୍ତ୍ତୀ ହିଂସାର ସାମ୍ନା କରିଥିବା ପରିବାରକୁ ଭେଟିବାକୁ ଯାଇଥିବା ଜଣେ ବିରୋଧୀ ଦଳର ନେତାଙ୍କ ପାଇଁ କାହିଁକି ବ୍ୟାପକ ପୁଲିସ ଫୋର୍ସ ରହିଲେ ନାହିଁ । ସୁରକ୍ଷାର ଅଭାବ ରହିଥିବାବେଳେ ଏହା ବିଜେପିର ପ୍ରତିଶୋଧ ମୂଳକ ପଦକ୍ଷେପ ଜାଣିଶୁଣି ହୋଇଥିବା ପ୍ରକାଶ କରିଛନ୍ତି । ଏଭଳି ହିଂସାକୁ ରୋକିପା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ଖଡ଼ଗେ ।

ସେପଟେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ଅଖିଳେଶ ଯାଦବ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ପୁଲିସ ଉପରେ ପ୍ରଶ୍ନ ଉଠାଇଥିବାବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯୋଜନାବଦ୍ଧଭାବେ ଏହି ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଏକ୍ସରେ ଏ ସମ୍ପର୍କରେ ପୋଷ୍ଟ କରି ସମାଲୋଚନା କରିଛନ୍ତି ।

 

ସେପଟେ ଟିଏମସି ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏତେ ବଡ଼ ଘଟଣା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାବେଳେ ଜଣେ ମଧ୍ୟ ଗିରଫ ହୋଇନାହାନ୍ତି । ଏଣୁ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହାସହ ପଢ଼ନ୍ତୁ : ସୂର୍ଯ୍ୟଙ୍କ ହତ୍ୟା: ସରକାରଙ୍କୁ ଏମିତି ନିବେଦନ କଲେ ମାଆ