କଟକ, ୧।୧୧ : କଟକ ଐତିହାସିକ ବାଲିଯାତ୍ରାରେ  ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ଯାଏ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ  ପାଇଁ ରାତି ୧୧ଟା ପର୍ଯ୍ୟନ୍ତ କଟକ ଜିଲ୍ଲାପାଳ ଅନୁମତି ଦେଇଛନ୍ତି। ରାତି ୧୧ଟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।

କଟକ ଐତିହାସିକ ବାଲିଯାତ୍ରା ଆଉ ୪ ଦିନ ପରେ ଆରମ୍ଭ ହେବ। ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।ଐତିହାସିକ ବାଲିଯାତ୍ରା କଟକ ୨୦୨୫ ପାଇଁ ଝଟକୁଛି ତଳ ପଡିଆ। ବଡ଼ ବଡ଼ ବାଉଁଶ ସାଙ୍ଗକୁ ବାଉଁଶ ପାତିଆରେ  ସୁନ୍ଦର କାରିଗରି ନିର୍ମାଣ ହେଉଛି। ସେଥିରେ ପୁଣି ଚାଳ ଛପର  ସମେତ ବିଭିନ୍ନ ଦେଶୀ ସାମଗ୍ରୀର ବ୍ୟବହାର ।  କେଉଁଠି ପିପିଲର ଚାନ୍ଦୁଅ ତ ଆଉ କେଉଁଠି  ଆଦିବାସୀ କଳାକୃତି । ଏମିତି କିଛି ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ତିଆରି  ଚାଲିଛି ଫାଟକ ଇ ୧୦ରୁ ଅଧିକ  ସ୍ଥାନରେ ଏଭଳି ଭାବେ ଆକର୍ଷଣୀୟ ଗେଟ୍‌  ନିର୍ମାଣ କରୁଛି । ଯାହା ମେଳାରେ ଲୋକଙ୍କୁ  ବେଶ୍‌ ଆକର୍ଷିତ କରିବ ।