ଦେବଗଡ଼, ୧୩।୧୦(ଆପ୍ର): ହରିଣ ଛାଲ ଓ ମୟୂର ପୁଚ୍ଛ ରଖିବା ଅଭିଯୋଗରେ ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ବନପାଳଙ୍କୁ ବନବିଭାଗ ଗିରଫ କରିଛି । ଅବସରପ୍ରାପ୍ତ ଫରେଷ୍ଟର ଜଣକ ହେଲେ ବାରକୋଟ ଥାନା ଅଧିନ ବଲଣ୍ଡା ପଂଚାୟତ ଅକ୍ଷରଶିଳା ଗ୍ରାମର କିଶୋରଚନ୍ଦ୍ର ପ୍ରଧାନ(୬୫)।ଘରେ ଚିତ୍ତଲ ହରିଣ ଛାଲ ଏବଂ ମୟୂର ପୁଚ୍ଛ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।୭୪୫ ଟି ମୟୂର ପୁଚ୍ଛ ଏବଂ ଗୋଟିଏ ହରିଣ ଛାଲ ଜବତ ହୋଇଛି।
ବାରକୋଟ ରେଞ୍ଜ ଅଫିସର ଅନିଲ ନାୟକ ଓ ସେକ୍ସନ ଫରେଷ୍ଟର ପ୍ରସନ୍ନ ସାହୁ ଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ କିଶୋରଙ୍କ ଘରେ ବନବିଭାଗ ଚଢାଉ କରିଥିଲା। ଚାକିରି କାଳ ସମୟରେ ହରିଣ ଛାଲ ଏବଂ ମୟୂର ପୁଚ୍ଛ ବେଆଇନ ଭାବେ ଘରକୁ ନେଇ ଆସିଥିବା ଅନୁମାନ କରାଯାଇଛି। ବାରକୋଟ ବନାଞ୍ଚଳ କାର୍ଯ୍ୟାଳୟରେ ଅଧିକ ପଚରା ଉଚରା କରାଯାଉଛି।