ରାଉରକେଲା, ୧୨।୫ : ପୁଅ ସାଜିଲା ମାତୃ ହନ୍ତା। ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ ।  ବଣାଇ କେବଲାଙ୍ଗ ଥାନା  ବିମଲାଗଡ ଝୁମ୍ପୁଡି ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଉମାବତୀ ମାହାଲି (୪୫)।

 ସୋମବାର ରାତିରେ  ବୁଧୁରାମ ମାହାଲି ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।ମାଆ ଉମା ବତୀ ମାହାଲି ଝଗଡ଼ା କରିବାକୁ ବାରଣ କରିଥିଲେ । ହେଲେ ବାରଣ କରିବା ସମୟରେ  ନୃଶଂସ ପୁଅ ଟାଙ୍ଗିଆରେ ମାଆର ମୁଣ୍ଡକୁ  ଚୋଟ ମାରିଥିଲା।   ଘଟଣା ସ୍ଥଳରେ ମାଆ ଉମାବତୀ ମାହାଲି  ମୃତ୍ୟୁ  ଘଟିଥିଲା  । ଖବର ପାଇ କେ. ବଲାଙ୍ଗ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି  ଶବ ଜବତ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ପଞ୍ଚନାମା କରି ଶବକୁ ବ୍ୟବଛେଦ ପାଇଁ ପଠାଇ ହେଉଛି । ଅନ୍ୟପଟେ  ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ବୁଧୁରାମ ମାହାଲିଙ୍କୁ ଅଟକ ରଖି ତଦନ୍ତ କରୁଛି କେ. ବଲାଙ୍ଗ ପୋଲିସ ।