ପୁରୀ, ୧୦/୧୦ : ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ ଉଡୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ପୁରୀ ପୋଲିସର ଆକ୍ସନ। ଡ୍ରୋନ୍ ଜବତ୍ କରିବା ସହ ଏହାକୁ ଉଡ଼ାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ।

ପୁରୀ ଏସପି ପ୍ରତୀକ ସିଂଙ୍କ ନଜରକୁ ଆସିବା ପରେ ନିଆଯାଇଛି ଆକ୍ସନ। ସମ୍ପୃକ୍ତ ଯୁବକକୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖିଛି। ଅଟକ ଯୁବକ ଜଣଙ୍କ ଛତିଶଗଡ଼ର ଦୁର୍ଗାପ୍ରସାଦ ୟାଦବ। ହାଡ଼ ଗୋଡିଆ ସାହି ଶନି ମନ୍ଦିର ନିକଟରୁ ସମ୍ପୃକ୍ତ ଯୁବକକୁ ଧରିବାରେ ସକ୍ଷମ ହୋଇଛି ପୋଲିସ।