ଜଗତସିଂହପୁର ୦୨/୧୨: ଜଗତସିଂହପୁର ବାଲିକୁଦ ବଜାରରେ ଅଘଟଣ। କଟକ ପରେ ଜଗତସିଂହପୁର ଭାଙ୍ଗିଲା ଲାଇଟ୍ ଗେଟ୍। ବାଲିକୁଦା ଷ୍ଟାଣ୍ଡ ଦୁର୍ଗା ପୂଜାର ବାଉଁଶ ଗେଟ୍ ତଳେ ଦୁଇଟି ବାଇକ୍ ସହ ଚାପି ହୋଇ ରହିଗଲେ ୫ ଜଣ । ସମସ୍ତଙ୍କୁ ଉଦ୍ଧାର କରାଯାଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର- ମାଛଗାଁ ରାସ୍ତାରେ ଯାତାୟତ ବନ୍ଦ ରହିଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାଇ, ଉପକୂଳ ଆଡ଼କୁ ମାଡ଼ି ଆସୁଛି ଗଭୀର ଅବପାତ। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଫଳରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସହ ୪୦ରୁ ଅଧିକ ବେଗରେ ପବନ ​‌ଯୋଗ ଜଗତସିଂପୁର ବାଲିକୁଦ ବଜାରରେ ଅଘଟଣା ଘଟିଛି। ଦୁର୍ଗାପୂଜା ପାଇଁ ଲାଗିଥିବା ୩୦ ଫୁଟ୍ ଉଚ୍ଚର ବଡ଼ ଲାଇଟ୍ ଗେଟ୍ ଭାଙ୍ଗିପଡିଥିଲା । ଗେଟ୍ ତ​‌ଳେ ଦୁଇଟି ବାଇକ୍ ସହ ୫ ଜଣରୁ ଅଧିକ ଚାପିହୋଇ ରହିଯାଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାଲିକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ଜଣେ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିିଶମ ଟିମ୍ ପହଞ୍ଚି କଟର ମାଧ୍ୟମ ବାଉଁଶ କାଟି ରାସ୍ତାରୁ ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି।