ଭୁବନେଶ୍ୱର,୨୪/୧୦: ରାଜ୍ୟର ୧୯ ଜିଲ୍ଲାରେ ଆସନ୍ତା ୩ ମାସ ନିମନ୍ତେ ଘର ପିଛା ମିଳିବ ଅତିରିକ୍ତ ୫ କେଜି ଚାଉଳ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପ୍ରତି ମାସରେ ଅତିରିକ୍ତ ୫ କିଲୋ ଚାଉଳ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ୱରରୁ ନଭେମ୍ୱର ପର୍ଯ୍ୟନ୍ତ ତିନି ମାସ ପାଇଁ ଏହି ୫ କେଜି ଅଧିକ ଚାଉଳ ପ୍ରଦାନ କରାଯିବ । ଏ ବାବଦରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୦ ଲକ୍ଷ ୫୭ ହଜାର କ୍ୟୁଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି । ନଭେମ୍ବର ୧୦ ତାରିଖ ସୁଦ୍ଧା ଏହି ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । କେବଳ ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ୍ (ଇ-ପିଓଏସ୍) ଯନ୍ତ୍ର ମାଧ୍ୟମରେ ବଣ୍ଟନ କରାଯିବ । ଏହି ଯୋଜନା ଦ୍ୱାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାରର ପ୍ରାୟ ୨.୪୦ କୋଟି ଲୋକ ଉପକୃତ ହେବେ । ପୂର୍ବରୁ ୩୫ କିଲୋଗ୍ରାମ ଚାଉଳ ପାଉଥିବା ପ୍ରତ୍ୟେକ ଅନ୍ତ୍ୟୋଦୟ ପରିବାରକୁ ଏବେ ତିନି ମାସ ପାଇଁ ୪୦ କିଲୋଗ୍ରାମ ମିଳିବ । ଡିଲରମାନଙ୍କୁ ଫିଙ୍ଗରପ୍ରିଣ୍ଟ ସ୍କାନର ପରିବର୍ତ୍ତେ ଆଇରିସ୍ ଡିଭାଇସ୍ ବ୍ୟବହାର କରିବାକୁ କୁହାଯାଇଛି । କେବଳ ବୟସ୍କ, ଭିନ୍ନକ୍ଷମ, ଗୁରୁତର ଅସୁସ୍ଥ ଏବଂ କୁଷ୍ଠ ରୋଗୀଙ୍କ ଭଳି ମାମଲାରେ କୋହଳ କରାଯାଇଛି ।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ହିତାଧିକାରୀଙ୍କୁ ୫ କେଜି ଅତିରିକ୍ତ ଚାଉଳ ମିଳିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ଯାଇଥିଲା । ମାତ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ କାର୍ଯ୍ୟକାରୀ ହୋଇଛ