ନୀଳଗିରି,୨୦/୯(ଆ.ପ୍ର):ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳରେ ଚଢ଼ାଉ କରି ଅବକାରୀ ବିଭାଗ ନକଲି ମଦ କାରଖାନା ଠାବ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ  କରିଛି। ଗିରଫ ଅଭିଯୁକ୍ତ ଜଣକ ବଡ଼ପୋଖରୀ ଅଞ୍ଚଳର ମନୋଜ କୁମାର ବେହେରା

​​​​​​​ନୀଳଗିରି ଉପଖଣ୍ଡ ଅଧିନ ଔପଦା ଅଞ୍ଚଳରେ ନକଲି ବିଦେଶୀ ମଦ ଚାଲାଣ ନେଇ ଅବକାରୀ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଏନେଇ ନୀଳଗିରି ଅବକାରୀ  ବିଭାଗ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ଟିମ ଔପଦା ବଡ଼ପୋଖରୀ ନିକଟରେ  ଚଢ଼ାଉ କରିଥିଲେ। ବିଦେଶୀ ମଦ ତିଆରି ପାଇଁ ୧୦୦ ଲିଟର ସ୍ପିରିଟ ଓ  ମଦ ରନ୍ଧା ସାମଗ୍ରୀ, ଖାଲି ବୋତଲ ସହ ୩୬ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା କାର ଭିତରେ ଏହି ନକଲି ମଦ ତିଆରି ହେଉଥିଲା।