ରଘୁନାଥପୁର, ୧୬।୯(ଆ ପ୍ର ) : କଟକ -ପାରାଦ୍ୱୀପ ରାସ୍ତାର କିଶୋରନଗର ଥାନା ଅନ୍ତର୍ଗତ ନାନପୁର ନିକଟରେ ସ୍କୁଟିରୁ ପଡି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ରେଣୁବାଳା ନାୟକ ( ୫୯।
ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଙ୍କ ସ୍ୱାମୀ ମହେନ୍ଦ୍ର ରାଉତ ସ୍କୁଟି ରେ ବସାଇ ଘରକୁ ଆସୁଥିଲେ। କଟକ -ପାରାଦ୍ୱୀପ ରାସ୍ତାର କିଶୋରନଗର ଥାନା ଅନ୍ତର୍ଗତ ନାନପୁର ନିକଟରେ ସ୍କୁଟି ଆଗକୁ ମାଙ୍କଡ଼ ପଶିଆସିଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଉଭୟ ସ୍ବାମୀ ଓ ସ୍ତ୍ରୀ ଗାଡ଼ିରୁ ତଳକୁ ପଡିଯାଇଥିଲେ। ଖବର ପାଇ କିଶୋରନଗର ଥାନା ପୋଲିସ ପହଞ୍ଚି ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ରଘୁନାଥପୁରପୁର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ମହିଳା ସ୍ୱାସ୍ଥ୍ୟ କର୍ମୀ ରେଣୁବାଳା ନାୟକଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ମହେନ୍ଦ୍ର ଗୁରୁତର ଆହତ ହୋଇ ରଘୁନାଥପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି.। ତେବେ ମୃତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଅବସର ଅକ୍ଟୋବର ମାସରେ ଥିଲା।