ହରଭଙ୍ଗା,୩।୧୧ : ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ର ପ୍ରଥମ ଶୀତ ଅନୁଭୂତ ସହ ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଥିଲା । ସୋମବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଛାଇ ଯାଇଥିଲା। ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଥିଲା।
ବୌଦ୍ଧ, ମନମୁଣ୍ଡା, ହରଭଙ୍ଗା ଓ ପୁରୁଣାକଟକ, ଚାରିଛକ, ମାଧପୁର ଅଞ୍ଚଳରେ ସକାଳ ୬ଟା ଠାରୁ ୮ଟା ପର୍ଯ୍ୟନ୍ତ ଘନ କୁହୁଡି ରହିଥିଲା। ଏନେଇ ବିଭିନ୍ନ ଚା’ ଦୋକାନରେ ଲୋକଙ୍କ ଖଟି ସାଙ୍ଗକୁ ପଡିଆ ରେ ସକାଳ ବ୍ୟୟାମ ଯୋଗ କରୁଥିବା ପରିଲକ୍ଷିତ ହେଉଛି। ସେପଟେ ବୌଦ୍ଧ ସହର ମହାନଦୀ ଆଳତି ଘାଟରେ ଦୈନିକ ସହର ଲୋକ ଯୋଗ ପ୍ରାଣାୟାମ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
ଲୋକମାନେ ଶୀତ କୁହୁଡି ରକ୍ଷା ପାଇଁ ବିଭିନ୍ନ ଶୀତ ବସ୍ତ୍ର ବ୍ୟବହାର ମଧ୍ୟ କରିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଦିନରେ ଖରା ବେଳେ ଖରା ପ୍ରଭାବ ରହିଥିଲେ ମଧ୍ୟ ସନ୍ଧ୍ୟାରେ ହାଲୁକା ଶୀତର ଅନୁଭବ ଲୋକ କଲେଣି। ଅନ୍ୟପଟେ ଚାଷୀମାନେ ମଧ୍ୟ ଏହି ପ୍ରଥମ ଶୀତ କାକର କୁହୁଡି ପାଇଁ ଖୁସି, ଥିବା ବେଳେ ବିଭିନ୍ନ ପନିପରିବା ପାଇଁ ଫସଲ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି କୁହାଯାଉଛି।