ନୂଆଦିଲ୍ଲୀ,୨୨/୦୯: କେନ୍ଦ୍ର ସରକାର ନିଯୁକ୍ତି ସମ୍ପର୍କିତ ଏକ  ଡାସ୍‌ବୋର୍ଡ ଆଣିବା ନେଇ ପ୍ରସ୍ତୁତି କରୁଛନ୍ତି । କେଉଁ କ୍ଷେତ୍ରରେ କେତେ  ନିଯୁକ୍ତି ସମ୍ଭାବନା ରହିବ ଏବଂ ଏଥିଲାଗି  କେଉଁ ସ୍କିଲ୍‌ ଆବଶ୍ୟକ ପଡ଼ିବ ତାହା  ଏଥିରେ ଗୋଟିଏ କ୍ଲିକ୍‌ରେ ଜଣାପଡ଼ିବ ।  ବ୍ରିଟେନର ଜବ୍‌ ଆଣ୍ଡ୍‌ ସ୍କିଲ୍‌ ଡ୍ୟାସ୍‌ବୋର୍ଡ  ଏବଂ ୱାଶିଂଟନ ଷ୍ଟେଟ୍‌ର ଲେବର୍‌ ମାର୍କେଟ  ଆଣ୍ଡ୍‌ ଅଫିସିଆଲ ଡାଟା ଡାସ୍‌ବୋର୍ଡ  ଆଧାରରେ ଏହାକୁ ପ୍ରସ୍ତୁତ କରାଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ପ୍ରସ୍ତାବ  ଉପରେ ଟେଲିକମ୍‌ ଏବଂ ଆଇଟି ବିଭାଗ ସହ ପ୍ରାରମ୍ଭିକ ଆଲୋଚନା କରିଛି ।

ଏଥିରେ ବିଭାଗ ଗୁଡ଼ିକ କହିଛନ୍ତି  ଯେ, ଆଗକୁ ୫ଜି, ୬ଜି, କ୍ୱାଣ୍ଟମ  କମ୍ୟୁନିକେସନ, ସାଟେଲାଇଟ, ଏଆଇ,  ଇଣ୍ଟର୍‌ନେଟ ଅଫ୍‌ ଥିଙ୍ଗସ, ମେଶିନ ଲର୍ଣ୍ଣିଂ  ଏବଂ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଆଗକୁ  କେତେ ପ୍ରଫେସ୍‌ନାଲଙ୍କ ଆବଶ୍ୟକତା  ରହିଛି । ଡାସ୍‌ବୋର୍ଡ ଜରିଆରେ ଛାତ୍ରଛାତ୍ରୀ  ଏବଂ ଅଭିଭାବକଙ୍କୁ ଚାହିଦା ଆଧାରିତ  ପାଠ୍ୟକ୍ରମ ଚୟନ କରିବାରେ ସୁବିଧା  ହେବ । ଶିକ୍ଷା ଶେଷ ହେବା ପରେ ଏସବୁ  କ୍ଷେତ୍ରରେ ନିଯୁକ୍ତି ମିଳିପାରିବ ।

ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଚାହିଦା  ଆଧାରିତ ପାଠ୍ୟକ୍ରମ ଗ୍ରହଣ, ପାଠ୍ୟକ୍ରମରେ  ସଂଶୋଧନ ଏବଂ କେଉଁ କୋର୍ସର  ପ୍ରାସଙ୍ଗିକତା ନାହିଁ ତାହା ଏଠାରୁ ଅନୁମାନ କରିପାରିବେ। ଡ୍ୟାସ୍‌ବୋର୍ଡ ନିଯୁକ୍ତିରେଡି  ଟାଲେଣ୍ଟ ପ୍ରସ୍ତୁତ କରିବାରେ ଗେମ୍‌ଚେଞ୍ଜର  ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏବେ  ଦେଶର ବିଭିନ୍ନ ପୋର୍ଟାଲ ଡାସ୍‌ବୋର୍ଡ ରହିଛି । ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଏବଂ  ଘରୋଇ କ୍ଷେତ୍ରର ଡାଟାକୁ ଗୋଟିଏ  ପ୍ଲାଟଫର୍ମକୁ ଆଣିବା ଚ୍ୟାଲେଞ୍ଜ ହେବ ।  ଏଆଇସିଟିଇ, ୟୁଜିସି, ଏନ୍‌ସିଭିଇଟି  ଭଳି ସଂସ୍ଥା ପ୍ରମୁଖ ଭୂମିକା ନେବେ।