ଭୁବନେଶ୍ୱର,୦୭/୧୦: ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ ଗତକାଲି ଆମେରିକା ଗସ୍ତରେ ଯାଇ ୱାଶିଂଟନସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ସିଆଟେଲଠାରେ ‘ଶ୍ରୀଗୁରୁ ଭାଗବତ: ଭାରତର ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା' ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୱାଶିଂଟନ ବ୍ରଥେଲସ୍ଥିତ ହିନ୍ଦୁ ମନ୍ଦିର ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶେଷ ପୂଜା ନିମନ୍ତେ ଗୁରୁଜୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଆମେରିକାରେ ଅବସ୍ଥାପିତ ଭାରତର କନସୁଲେଟ୍ ଜେନେରାଲ ପ୍ରକାଶ ଗୁପ୍ତା ଏବଂ ମନ୍ଦିର ଟ୍ରଷ୍ଟି ଅମୀର ଦାଶ ଗୁରୁଜୀଙ୍କୁ ସ୍ୱାଗତ କରିଥିଲେ । ସନ୍ଧ୍ୟାରେ ସିଆଟେଲସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଗୁରୁ ଭାଗବତର ପ୍ରାର୍ଥନା ଉପରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ସାହିତ୍ୟ, ସଂଗୀତ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ମାନବ ସମାଜ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁଜୀଙ୍କୁ ସମ୍ମାନିତ କରାଯାଇଥିଲା ।
ଗୁରୁଜୀଙ୍କ ତିନୋଟି ପୁସ୍ତକ ଶିରିଡ଼ି ସାଇବାବା ଏନ୍ ଇନସ୍ପାଇରିଙ୍ଗ ଲାଇଫ, ଶିରିଡ଼ି ସାଇବାବା ଏକ ପ୍ରେରଣାଦାୟୀ ଜୀବନ(ହିନ୍ଦୀ) ଏବଂ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ରଚିତ ପିତାମାତା ସ୍ତବକ ଉନ୍ମୋଚିତ ହୋଇଥିଲା । ପ୍ରାକ୍ତନ ଆଇଏଏସ ଅଧିକାରୀ ରାଜୀବ ଜୋଷୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଗୁରୁଜୀ ଡ. ଶତପଥୀ ତାଙ୍କ ଅଭିଷାଷଣରେ କହିଲେ ଯେ ବସୁଧୈବ କୁଟୁମ୍ବକମ୍ର ଅର୍ଥ ସମଗ୍ର ବିଶ୍ୱ କେବଳ ଏକ ପରିବାର ନୁହେଁ, ସମଗ୍ର ପ୍ରାଣୀ ସମାଜ ମଧ୍ୟ ଏହାର ଅନ୍ତର୍ଭୁକ୍ତ ।