ପ୍ରମୂଖ ଖବର
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଜେସିବି ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ୍

Published By : Krishna Priya | May 27, 2025 1:53 PM

ଚନ୍ଦନେଶ୍ଵର ୨୭/୦୫: ଜେସିବି ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ଅନୁଗୁଳ ଜିଲ୍ଲାର ସୁବ୍ରତ କୁମାର ସାହୁ । ସେ ବାଲେଶ୍ବର ଜିଲ୍ଲା ଭୋଗରାଇର ସୁର୍ଣ୍ଣରେଖା ନଦୀ ଉପରେ ତୃତୀୟ ନିର୍ମାଣାଧୀନ ପୋଲରେ ଜଣେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 


ସୋମବାର ସୁବ୍ରତ ଡ୍ୟୁଟି ସାରି ରୁମକୁ ଫେରିଥିଲେ ଏବଂ ତୁରନ୍ତ କବାଟ ବନ୍ଦ କରି ଘରେ ପଶିଯାଇଥିଲେ । ସାଥି ଶ୍ରମିକ ରଞ୍ଜନ ନାୟକ  କବାଟ ଖୋଲିବାକୁ କହିଥିଲେ ମଧ୍ୟ ସେ ଭିତରୁ କୌଣସି ଉତ୍ତର ଦେଇନଥିଲେ । ବାଧ୍ୟ ହୋଇ ରଞ୍ଜନ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଫ୍ୟାନରେ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ସେପଟେ ଖବର ପାଇ ମୃତକଙ୍କ ପିଉସା ବିଜନ ଦାସ ଓ ମାମୁ ବୁଦ୍ଧ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.