ବୁଡାଗୁଡ଼ା, ୩୧/୧୦ : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ । ଜନୈକ ମହିଳା କର୍ମଚାରୀଙ୍କଠାରୁ ଦୁଇ ମାସର ଅନୁପସ୍ଥିତି ଏବଂ ଦରମା ନିୟମିତ କରିବାକୁ ଫୋନ ପେ ମାଧ୍ୟମରେ ନେଉଥି​‌ଲେ ଲାଞ୍ଚ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ କୁମରମଣି ମଲ୍ଲିକ ।

ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକ କୁମରମଣି ଗତ ଦୁଇ ମାସର ଅନୁପସ୍ଥିତି ଏବଂ ଦରମା ନିୟମିତ କରିବାକୁ ଫୋନ ପେ ମାଧ୍ୟମରେ ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କଠାରୁ ୪,୦୦୦ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନ ଦେଲେ ଦରମା ନ ଦେବାକୁ ମଧ୍ୟ ମନା କରି ଦେଇଥିଲେ। ଫଳରେ ଉପାୟଶୂନ୍ୟ ହୋଇ ମହିଳା କର୍ମଚାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଭିଜିଲାନ୍ସ ଟିମ୍ ପପୂର୍ବ ନିର୍ଦ୍ଧାରିତ ଯୋଜନା ମାଧ୍ୟମରେ ଶ୍ରୀ ମଲ୍ଲିକ ଲାଞ୍ଚ ନେଉଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଶ୍ରୀ ମଲ୍ଲିକଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।