ସୋରଡ଼ା, ୦୩/୧୦: ଲଗାଣ ବର୍ଷାରେ ସୋରଡ଼ା ବ୍ଲକ ବଡ଼ଗଡ଼ ରୋଳା ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛିI ଫଳରେ ଗ୍ରାମକୁ ସଂଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ଏବିଡ଼ିଓ ସଂଜୀବ ରାଜ ସେନାପତି ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି I

ଋଷିକୁଲ୍ୟା ନଦୀରେ ଜଳସ୍ତର ବଢ଼ିବା ଫଳରେ ବ୍ଲକ ଗୌଡ଼ଗୋଠ କୁଟୁଳିଗୁଡା ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଛି। ଯାହାଫଳରେ ଗୌଡ଼ଗୋଠକୁ ବାଲିନାଳ ଯାତାୟତ ବନ୍ଦ ହୋଇଛି I ଦମକଳ ବାହିନୀ, ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରଭାବିତ ଅଞ୍ଚଳରେ ଡେରା ପକାଇଛନ୍ତି I

ଅନ୍ୟପଟେ ପଦ୍ମା ନଦୀର ପ୍ରଖର ଜଳରେ ଛେଳି ଚରାଳିଙ୍କ ୧୦୦ରୁ ଉର୍ଦ୍ଧ୍ୱ ଛେଳି ଭାସିଯାଇଛନ୍ତି I ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଛେଳି ଚରୁଥିବା ସମୟରେ ହଠାତ୍ ପାଣି ମାଡି ଆସିବା ଯୋଗୁଁ ଛେଳିମାନେ ଭାସି ଯାଇଥିଲେ I ପଶୁ ଡାକ୍ତର ବିଜୟଲଷ୍ମୀପ ଖୁଣ୍ଟିଆ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରି ତହସିଲ ଅଫିସକୁ ସୂଚନା ଦିଆଯିବ ବୋଲି କହିଛନ୍ତି।