ରାୟଗଡ଼ା,୨/୧୦ : ରାୟଗଡ଼ା ଜିଲ୍ଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଭାଲୁମୁଷ୍କା ଓ ଲେଲିଗୁମ୍ମା ରେଳ ଷ୍ଟେସନ ମଧ୍ୟରେ ଧାରଣା ଉପରେ ପାଣି ପ୍ରବାହିତ ହେଉଛି । ଏଥିସହ ବିରାଟ ଗଛ ଉପୁଡ଼ି ପଡିଛି । ଫଳରେ ରାୟଗଡା - କୋରାପୁଟ ରେଳ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ହାଓ୍ବଡ଼ାଠାରୁ ଜଗଦଲପୁର ଯାଉଥିବା ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ କେଉଟଗୁଡାଠାରେ ଅଟକି ରହିଛି। ଫଳରେ ଶତାଧିକ ଯାତ୍ରୀ ମଝି ରାସ୍ତାରେ ଫସିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ରେଳପଥ। ରାୟଗଡ଼ାଠାରୁ କୋରାପୁଟ ରେଳପଥର ଭାଲୁମୁଷ୍କା ଓ ଲେଲିଗୁମ୍ମା ଷ୍ଟେସନ୍ ମଧ୍ୟରେ ଟ୍ରାକ ଉପରେ ଦୁଇ ଫୁଟ ଉପରେ ପାଣି ଚାଲୁଥିବାବେଳେ ଟ୍ରାକ୍ ଉପରେ ଗଛ ପଡିରହିଛି। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ପ୍ରବଳ ବର୍ଷା ଲାଗିରହିଥିବାରୁ ଉଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଛି।