ଭୁବନେଶ୍ୱର, ୧୭/୧୦: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଇଲେ ହାଇକୋର୍ଟ। ଧାର୍ଯ୍ୟ ୭୧୧ଟି ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି ଏବଂ ସାନି ବିଜ୍ଞପ୍ତି ପ୍ରକାଶ କରିବାଲାଗି ଓଡିଶା ଷ୍ଟାଫ ସିଲେକ୍ସନ କମିଶନକୁ ନିର୍ଦେଶ ପ୍ରଦାନ କରିଛନ୍ତି।

ଖବର ମୁତାବକ, ହାଇକୋର୍ଟଙ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ OSSC ଆଉଥରେ ପ୍ରଲିମିନାରୀ ପରିକ୍ଷା କରାଇବା ସହ ପ୍ରଶ୍ନପତ୍ରକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରକାଶିତ କରିବ। ଏବଂ ଏହି ସମସ୍ତ ପ୍ରକ୍ରିୟା ଆସନ୍ତା ୩ ମାସ ମଧ୍ୟରେ ଶେଷ କରିବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ, ଗତବର୍ଷ ଅକ୍ଟୋବର ମାସରେ ୭୧୧ଟି ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯଦି ଧାର୍ଯ୍ୟ ପଦବୀର ୫ ଗୁଣା ପ୍ରାର୍ଥୀ ଆବେଦନ କରିବେ ତେବେ ପ୍ରାଥମିକ ପରୀକ୍ଷା କରାଯିବ ବୋଲି କମିଶନ ଏକ ଅଜବ ସର୍ତ୍ତ ରହିଥିଲା। ତେବେ ୫ ଗୁଣାରୁ ଅଧିକ ପିଲା ଏନେଇ ଆବେଦନ କରିଥିଲେ ସୁଦ୍ଧା କମିଶନ ପ୍ରାଥମିକ ପରୀକ୍ଷା କରାଇବା ପରିବର୍ତ୍ତେ ସିଧା ମୁଖ୍ୟ ପରୀକ୍ଷା ଆୟୋଜନ କରାଇଥିଲେ।

ସେହିପରି ପ୍ରଶ୍ନପତ୍ରକୁ ନେଇ ମଧ୍ୟ ଅନେକ ଛାତ୍ରଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଥିଲା। ଯାହାକୁ ଚ୍ୟାଲେଞ୍ଜ କରି କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ, ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଲାଗି ପୂର୍ବରୁ ପ୍ରକାଶିତ ହୋଇଥିବା ବିଜ୍ଞାପ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।