ଭୁବନେଶ୍ୱର,୦୨/୧୦: ଆଜି ପବିତ୍ର ବିଜୟା ଦଶମୀ। ଶୁକ୍ରବାର ମେଲାଣି ନେବେ ମା' ଜଗତଜନନୀ। ମୂର୍ତ୍ତି ବିସର୍ଜନ ପାଇଁ ଭୁବନେଶ୍ୱର ମହାନଗର  ନିଗମ (ବିଏମ୍‌ସି) ପକ୍ଷରୁ ୪ଟି  ଅସ୍ଥାୟୀ ପୋଖରୀ କରାଯାଇଛି । ଏହି ସବୁ ଅସ୍ଥାୟୀ ପୋଖରୀରେ ମା’ଙ୍କୁ ମେଲାଣି ଦିଆଯିବ ।  

ରାଜଧାନୀ ଉପକଣ୍ଠ କୁଆଖାଇ  ନଦୀକୂଳରେ ୨ଟି ଏବଂ ଟଙ୍କପାଣି  ବାସୁଆଘାଇ ଓ ଦୟାନଦୀ କୂଳେ  ଗୋଟିଏ ଲେଖାଏଁ ଅସ୍ଥାୟୀ ପୋଖରୀ  ନିର୍ମାଣ ହୋଇଛି । ନଦୀ ପ୍ରଦୂଷଣ  ରୋକିବା ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ  ନିୟନ୍ତ୍ରଣ ବୋର୍ଡ ଏବଂ ଏନ୍‌ଜିଟିର  ନିର୍ଦ୍ଦେଶ କ୍ରମେ ଏହି ଅସ୍ଥାୟୀ  ପୋଖରୀ ନିର୍ମାଣ କରିଛି ବିଏମ୍‌ସି ।  କୁଆଖାଇର ପାଣ୍ଡରା ଆଡ଼କୁ ଗୋଟିଏ  ପୋଖରୀ କରାଯାଇଥିବା ବେଳେ  ଆଉ ଗୋଟିଏ ପୋଖରୀ ହଂସପାଳ  ଦିଗରେ କରାଯାଇଛି । ପାଣ୍ଡରା ପାଶ୍ୱର୍ର  ପୋଖରୀର ୫୭ ମିଟର ଦୀର୍ଘ ୩୦  ମିଟର ପ୍ରଶସ୍ତ ହୋଇ ଏହା ୫ ମିଟର  ଗଭୀର ରହିଛି । ହଂସପାଳପାଶ୍ୱର୍ର  ପୋଖରୀର ୨୫ ମିଟର ଦୀର୍ଘ ୨୦ ମିଟର  ପ୍ରଶସ୍ତ ରହି ଗଭୀରତା ୫ମିଟର ରହିଛି ।  ଦୟାନଦୀ ବ୍ରିଜ୍‌ ପାଖରେ ହୋଇଥିବା  ଜଳାଶୟର ଦୈର୍ଘ୍ୟ ୨୦ମିଟର, ପ୍ରସ୍ତ  ୫ମିଟର ଏବଂ ଗଭୀରତା ୫ମିଟର  ରହିଛି । କୁଆଖାଇର ଦୁଇପାଶ୍ୱର୍ରେ  ଥିବା ପୋଖରୀ ପାଇଁ ୨ଟି ହାଇଡ୍ରୋଲିକ୍‌  କ୍ରେନ୍‌ ଏବଂ ଜେସିବି ରଖାଯାଇଛି ।  ଠିକ ସେହିପରି ଦୟାନଦୀର ପାଖରେ  ହୋଇଥିବା ପୋଖରୀ ଗୁଡିକ ପାଇଁ  ଜେସିବି ରଖାଯାଇଛି । ଏହାସହ ୧୦ ହର୍ସପାୱାର (ଏଚପି)ର ପାଣି ପମ୍ପ୍‌  ମଧ୍ୟ ରଖାଯାଇଛି । କୁଆଖାଇ ପଠାରେ  ହୋଇଥିବା ଜଳାଶୟରେ ୧୧୦ଟି  ମୂର୍ତ୍ତି ବିସର୍ଜନ ହେବାକୁ ଆକଳନ  କରାଯାଇଛି । ଦୟାନଦୀ ଏବଂ ଟଙ୍କପାଣି  ଠାରେ ରେ ହୋଇଥିବା ଅସ୍ଥାୟୀ  ଜଳାଶୟରେ ୮୦ଟି ମୂର୍ତ୍ତି ବିସର୍ଜନ  ହେବାର ଆକଳନ କରାଯାଇଛି ।  ଦୁର୍ଗାପୂଜାରୁ କାଳୀପୂଜା ପର୍ଯ୍ୟନ୍ତ ଏହି  ଅସ୍ଥାୟୀ ପୋଖରୀ ରହିବ ।  

puja

ଅସ୍ଥାୟୀ ପୋଖରୀ ଗୁଡିକରେ  ବିଏମସିର ସାନିଟେସନ ୱିଙ୍ଗର ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ଏହି ଭସାଣି କାର୍ଯ୍ୟରୁ  ନିର୍ଗତ ବର୍ଜ୍ୟକୁ ନେବା ସହିତ କିପରି  ଆଗାମୀ ପୂଜା ଗୁଡିକରେ ସ୍ଥାନ ଗୁଡିକ ପରିଷ୍କାର ରହିବ ସେଥିପ୍ରତି ଦୃଷ୍ଟି  ଦିଆଯାଉଛି ।