ମୁମ୍ବାଇ, ୦୨/୧୧: ଜବରଦସ୍ତ ବିଜୟ । ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ । ତୃତୀୟ ଟି-୨୦ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଫଳରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ ୧-୧ରେ ବରାବର ରହିଛି । ତୃତୀୟ ଟି-ଟ୍ବେଣ୍ଟିରେ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍‌ର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ । ଏହି ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୫ ଓ୍ବିକେଟ୍ ହାତରେ ଥାଇ ମ୍ୟାଚ୍ ଜିତି ନେଇଛି ଭାରତ । ​​​​​​​​​​​​​​

ରବିବାର ​​​​​​​ଓଭାଲରେ ୱାଶିଂଟନ ସୁନ୍ଦରଙ୍କ ଧମାକାଦାର ୪୯ ରନ ବଳରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତକୁ ଜିତିବା ପାଇଁ ୧୮୭ ରନର ଲକ୍ଷ୍ୟ ରଖିଥିଲା । ଟିମ୍ ଇଣ୍ଡିଆ ୯ଟି ବଲ୍ ବାକି ଥାଇ ଏହି ଲକ୍ଷ୍ୟ ହାସଲ କରିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୧-୧ରେ ବରାବର ହୋଇଛି । ୱାଶିଂଟନ ସୁନ୍ଦରଙ୍କ ଇନିଂସ ୨୩ ବଲ୍ ରୁ ଜବରଦସ୍ତ ୪୯ରନର ଇନିଂସ ଖେଳିଛନ୍ତି ।  ଯେଉଁଥିରେ ୩ଟି ଚୌକା ଏବଂ ୪ଟି ବିଶାଳ ଛକା ରହିଛି । ସେହିପରି ଅଭିଷେକ ଶର୍ମା ୨୫, ସୂର୍ଯ୍ୟକୁମାର ଯାଦବ ୨୪, ତିଲକ ବର୍ମା ୨୯ ଏବଂ ଜିତେଶ ଶର୍ମା ଅପରାଜିତ ୨୨ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ଫକ୍ଷରୁ ଟିମ୍ ଡେଭିଡ୍ ୭୪ ରନ୍, ମାର୍କସ୍ ଷ୍ଟୋଇନିସ୍ ୬୪ ରନର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂହ ୩ଟି ୱିକେଟ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।