ପାରାଦୀପ,୧୯/୦୯: ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ‘ଅଦମ୍ୟ’ ।  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ "ଅଦମ୍ୟ " ଶୁକ୍ରବାର ପାରାଦୀପଠାରେ ଲୋକାର୍ପିତ ହୋଇଯାଇଛି । ଅଦମ୍ୟ ହେଉଛି ଭାରତୀୟ ତଟରକ୍ଷୀ ବାହିନୀର ଇଚ୍ଛାଶକ୍ତି ଏବଂ ରାଷ୍ଟ୍ରର ସାମୁଦ୍ରିକ ସ୍ବାର୍ଥ ପ୍ରତି ନିରାପଦ, ସୁରକ୍ଷାକୁ ସୁନିଶ୍ଚିତ କରିବାରେ ପ୍ରତିବଦ୍ଧତାର ଏକ ପ୍ରତିଫଳନ। ଏହା 'ଆତ୍ମନିର୍ଭର ଭରତ'ର ଉପଯୁକ୍ତ ଉଦାହରଣ ଯାହା ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପ ଅଧୀନରେ ଭାରତର ସାମୁଦ୍ରିକ ଶକ୍ତିକୁ ସୁଦୃଢ଼ କରିଛି ।

ଏହି ଜାହାଜ ଓଡିଶାର ପାରାଦୀପଠାରେ ଅବସ୍ଥିତ ହେବ ଏବଂ କମାଣ୍ଡାଣ୍ଟ ଅନୁରାଗ ପାଣ୍ଡେଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏଥିରେ ୫ ଜଣ ଅଧିକାରୀ ଓ ୩୪ ଜଣ କର୍ମଚାରୀ ରହିବେ। ଆଜିର ଏହି ଲୋକର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତିରକ୍ଷା ମନ୍ତ୍ରଣାଲୟର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ଯୋଗ ଦେଇ ଲୋକାର୍ପଣ କରିଛନ୍ତି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜେନେରାଲ ଯୋଗିନ୍ଦର ଢାକା, କମାଣ୍ଡାଣ୍ଟ ଅନୁରାଗ ପାଣ୍ଡେ, ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।