ଭୁବନେଶ୍ବର,୬।୧୦ : କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ । ମଙ୍ଗଳବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କଟକଣା ବଢିଲା । ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ପାଇଁ ଗୃହ ବିଭାଗକୁ ଜିଲା ପ୍ରଶାସନ ପ୍ରସ୍ତାବ ଦେଇଥିଲା। କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ରହିଥିଲା। ତେବେ ସନ୍ଧ୍ୟା ୭ଟାରେ ଇଣ୍ଟରନେଟ କଟକଣା ସରୁ ଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ଚାହିଁ ବସଥିଲେ କଟକବାସୀ। ପୁଣି ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସିଏମ୍ସି, ସିଡିଏ, ବୟାଳିଶିମୌଜାରେ କଟକଣା ବଳବତ୍ତର ରହିବ । ପୂର୍ବ ପରି ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ ଉପରେ କଟକଣା ରହିଛି। ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆା କର୍ଫ୍ୟୁ ଘୋଷଣା କରାଯାଇଛି। ଏହା ମଙ୍ଗଳବାର ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି।