ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଷ୍ଟାରଡମ୍‌ଠୁ ଉପରେ ବନ୍ଧୁତା; ରାଜ୍ୟସଭା ଶପଥ ଗ୍ରହଣ ସମାରୋହ ପୂର୍ବରୁ କମଳ-ରାଜନୀଙ୍କ ଭେଟଘାଟ

Published By : Ankita S | July 17, 2025 2:25 PM

ନୂଆଦିଲ୍ଲୀ,୧୭/୦୭: ରାଜ୍ୟସଭା ଶପଥ ଗ୍ରହଣ ସମାରୋହ ପୂର୍ବରୁ ବନ୍ଧୁ ମିଳନ ହୋଇଛି । ଅଭିନେତା ତଥା ରାଜନେତା କମଲ ହାସନ ବୁଧବାର ତାଙ୍କ ବନ୍ଧୁ ଏବଂ ସହକର୍ମୀ ରଜନୀକାନ୍ତଙ୍କୁ ଭେଟିଛନ୍ତି । ଚେନ୍ନାଇ ସ୍ଥିତ ବାସଭବନ ପୋଏସ୍ ଗାର୍ଡେନରେ ରଜନୀଙ୍କୁ ଭେଟିଛନ୍ତି କମଲ। ଦୁହିଁଙ୍କ ଭେଟଘାଟର ଅନେକ ଫଟୋ ସେୟାର କରିଛନ୍ତି ।

ରଜନୀଙ୍କ ସହିତ ସହିତ ଅନେକ ଫଟୋ ସେୟାର କରି 'ଠଗ୍ ଲାଇଫ୍' ଅଭିନେତା କହିଛନ୍ତି ଯେ, ସେ ରାଜ୍ୟସଭାରେ ତାଙ୍କ ଶପଥ ଗ୍ରହଣ ଉତ୍ସବର କିଛି ଦିନ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ ଭେଟିଥିଲେ। ସେମାନଙ୍କର ବନ୍ଧୁତା ସେମାନଙ୍କର ଷ୍ଟାରଡମ୍ ବାହାରେ ବୋଲି  ଦୁହେଁ ପ୍ରମାଣ କରିଛନ୍ତି । ଗତକାଲି (ବୁଧବାର) କମଲ ହାସନ ରଜନୀକାନ୍ତଙ୍କ ସହିତ ଫଟୋ ସେୟାର କରିଥିଲେ। ଯେତେବେଳେ ସେ ତାଙ୍କୁ ସାଂସଦ ହେବାର କଥା କହିଥିଲେ, 'ଜେଲର' ଅଭିନେତା ତାଙ୍କୁ ଏକ ଫୁଲତୋଡା ଦେଇଥିଲେ ଏବଂ ତାଙ୍କୁ  ଅଭିନନ୍ଦନ ଜଣାଇଥିଲେ। ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖାଯାଇଥିଲା ।

କମଲ ହାସନ ପୋଷ୍ଟରେ କହିଛନ୍ତି, "ନୂଆ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଁ ମୋର ବନ୍ଧୁ ରଜନୀକାନ୍ତଙ୍କ ସହ ମୋର ଖୁସି ବାଣ୍ଟିଥିଲି । ଏହାକୁ ନେଇ ମୁଁ ବହୁତ ଖୁସି ଏବଂ ଆନନ୍ଦିତ। "

ସେହିପରି ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଏକ ପୋଷ୍ଟରେ ପ୍ରିୟ ବନ୍ଧୁ କମଲ ହାସନଙ୍କୁ ଭେଟିବାର ଖୁସି ପ୍ରକାଶ କରିଛନ୍ତି । କମଲ୍ ହାସନଙ୍କ ନୂଆ ଯାତ୍ରା ଆରମ୍ଭ ପୂର୍ବରୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଯାଉଥିବା ମୋର ପ୍ରିୟ ବନ୍ଧୁ କମଲ ହାସନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ବୋଲି କହିଛନ୍ତି । "

କହି ରଖୁଛୁ କି, କମଲ ହାସନ ଜୁନ୍‌ରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟର ସମର୍ଥନରେ ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଜୁଲାଇ 25 ରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ଏବଂ ସଂସଦରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ତାଙ୍କ ରାଜନୈତିକ ଦଳ ମକ୍କଲ ନିଧି ମୈୟମ (MNM)ଦ୍ୱାରା ଜାରି ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ।" କମଲ ହାସନଙ୍କୁ ଶେଷ ଥର ପାଇଁ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ 'ଠଗ୍ ଲାଇଫ୍'ରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.