ଶଗଡ଼ା,୨୩/୧୦ : ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ପଞ୍ଚୟତ ଅନ୍ତର୍ଗତ କୁରହିପଡ଼ା ଆଦିବାସୀ ଛକରେ ଗୁରୁବାର ଏକ ସାପ୍ତାହିକ ହାଟକୁ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ଗୁନ୍ଦୁଳିଆ ପଞ୍ଚାୟତ ସରପଞ୍ଚ ଧବଳେଶ୍ଵର ସିଂହ, ସମିତି ସଭ୍ୟ ବଳଦେବ କର୍ମୀ ଯୋଗଦେଇଥିବାବେଳେ ଅଞ୍ଚଳର ସଭାପତି ସୁଦର୍ଶନ ଥାଟି, ସମ୍ପାଦକ ଷଣ୍ଡେଶ୍ଵର ସାହୁ, ମଣ୍ଟୁ ପ୍ରଧାନ, ଚନ୍ଦ୍ର କର୍ଣ୍ଣ, ଦୁଃଶାସନ କଆଁର, ସୁମନ୍ତ କଅର, ସୁମନ୍ତ ରଣା, ପ୍ରଶାନ୍ତ ପଲିଆ, ବସନ୍ତ ରଣା, ପୂଜକ ପଞ୍ଚାନନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହାଟକୁ ଅଞ୍ଚଳର ପ୍ରାୟ ୪୦ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିବେ ।