ବାଉଁଶୁଣୀ,୧୦/୯ (ଆ.ପ୍ର) : କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା ଦହ୍ୟାଠାରେ ତାଳପଦର ଠାରୁ ଶଗଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l ପ୍ରାୟ ୨୯ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ଉନ୍ନତି କରଣ କରାଯିବ।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ରାକେଶ ତ୍ରିପାଠି, ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର , ଦାହ୍ୟା ସରପଞ୍ଚ ବିଭୂତି ଭୂଷଣ ଡାଙ୍ଗ, ଦାହ୍ୟା ସମିତି ସଭ୍ୟ ଦଳଗଞ୍ଜନ ବେହେରା ଯୋଗ ଦେିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କିଶୋର କୁମାର ମେହେର, ଶାନ୍ତନୁ କୁମାର ଥାଟୀ, ସୁରେନ୍ଦ୍ର ମେହେର, ସ୍ଥାନୀୟ ଜନ ସାଧାରଣ ଓ ପୂର୍ତ୍ତ ବିଭାଗର ଦାୟିତ୍ବରେ ଥିବା ଯନ୍ତ୍ରୀ ଉପସ୍ଥିତ ଥିଲେ ।