ଭୁବନେଶ୍ବର, ୧୩।୧୦ : ପୁଲିସ ଏସଆଇ ଦୁର୍ନୀତି ମାମଲାରେ ୨ ଫେରାର ଅଭିଯୁକ୍ତଙ୍କ ନାଁରେ ଲୁକ ଆଉଟ ସର୍କୁଲାର। ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କ ନାଁରେ ଲୁକ ଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ। ଏହି ୨ ଅଭିଯୁକ୍ତଙ୍କୁ ଧରିବା ପାର୍ଇ ୩ଟି ରାଜ୍ୟରେ ଅଭିଯୁକ୍ତଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ। ୨ ଅଭିଯୁକ୍ତଙ୍କୁ ପରିବାର ଲୋକ ପଚରାଉଚରା କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଦୁର୍ନୀତି ପାଇଁ ଯୋଜନା କରିଥିଲେ । ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ୧୧୯ ଜଣ ଗିରଫ ହୋଇଛନ୍ତି । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି ।