ହରଭ​​​​​​​ତିଳେଶ୍ୱର, ୨୭।୧୦ : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସେକ୍ସନର ଘୋଡାଡିଆଁ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଗଞ୍ଜେଇ ଚାଷକୁ  ପୁଲିସ ଓ ବନବିଭାଗ ମିଳିତ ଭାବେ ନଷ୍ଟ କରିଛି।

ଗାଁ ନିକଟରେ ଥିବା ସଂରକ୍ଷୀତ ଜଙ୍ଗଲ ସମେତ ଗାଁର ଗୋଚର ଜାଗାରେ ହୋଇଥିଲା ଗଞ୍ଜେଇ ଚାଷ । ପ୍ରାୟ ୫ ରୁ ୬ ଟି ସ୍ଥାନରୁ ଗଞ୍ଜେଇ କାଟି ନଷ୍ଟ କରିଛି ପୁଲିସ । ଏହି ଗଞ୍ଜେଇ କଟା ଅଭିଯାନ ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ପୁରୁଣାକଟକ ପୋଲିସ ବିପୁଳ ଗଞ୍ଜେଇଗଛ ନଷ୍ଟ କରିଛି ।  ଏହି ଚଢାଉରେ ପୁରୁଣାକଟକ ବନ କର୍ମଚାରୀ ସୁଶାନ୍ତ ସାହୁଙ୍କ ସମେତ ୩ଜଣ ବନ କର୍ମଚାରୀ ଓ ରାଜସ୍ୱ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ସେହିପରି  ପୁରୁଣା କଟକ ଆଇଆଇସି ବାଲ୍ମୀକି ପ୍ରଧାନ, ଏସଆଇ ଚନ୍ଦନ ଜେନା ଙ୍କ ସମେତ ବୌଦ୍ଧ ଏସଡପିଓ ଲରେନ୍ସ ରାଉତରାୟଙ୍କ ସମେତ ୧୫ ପୁଲିସ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ