ସାହାଜପାଲ,୮।୧୧ : କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି। ହେଲେ ତାହା ଲୋକଙ୍କ କୌଣସି କାମରେ ଆସୁନି। ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ବେତ୍ରାସାହିରେ।
ଏହି ସାହିକୁ କେନ୍ଦ୍ର ସରକାରଙ୍କ ମେଗାଜଳ ପ୍ରକଳ୍ପ ଯୋଜନା ଆସିଛି। ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ବସାଯାଇଛି। ସାହିବାସୀଙ୍କୁ ପାଣି ଯୋଗାଣ ହୋଇ ପାରୁନି। ଏହି ସାହିକୁ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଆସିଥିଲା। ହେଲେ ସେହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଖାତା କଲମରେ ରହିଗଲା। ସେହିଭଳି ମେଗାଜଳ ଯୋଗାଣ ପ୍ରକଳ୍ପ ଅବସ୍ଥା ମଧ୍ୟ ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।